ଭଲ ନିଦ ପାଇଁ ଖାଦ୍ୟ
ମାଟି, ଆଳୁ, ନିୟମିତ ରାତ୍ରିଭୋଜନରେ ରୁଟି କିମ୍ବା ଭାତ ଏଇ ପରିବାର ତରକାରି ଖାଆନ୍ତୁ । ଦିନ କେଇଟାରେ ଆପଣଙ୍କ ନିଦ ସମସ୍ୟା ଦୂର ହୋଇଯିବ । ପୋଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ଏହି ପରିବା ଆମ ଚନ୍ତାକୁ କମ କରିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିିଛି ।
କାର୍ଯ୍ୟାଳୟରୁ ଫେରିବା ପରେ ନିୟମିତ କାଜୁ, ପେସ୍ତାବାଦାମ ବାଦାମ ଇତ୍ୟାଦି ଅଳ୍ପ ଅଳ୍ପ ନେଇ ଖାଆନ୍ତୁ । ଏସବୁ ଡ୍ରାଏଫ୍ରୁଟସ ମଧ୍ୟ ଭଲ ନିଦ ପାଇଁ ସହାୟକ ।
ବଜାରରେ ଏବେ କେମୋମାଇଲ ଚା ମିଳୁଛି । ରାତ୍ରିଭୋଜନ ପରେ ଆପଣ ଏହି ଚା ପିଇଲେ ଉପକାର ମିଳେ । ଏହି ଚା’ରେ ବିଭିନ୍ନ ତତ୍ତ୍ୱ ଆମ ଶରୀରର ଚାପକୁ କମ୍ କରିଥାଏ ।
ସନ୍ଧ୍ୟା ଜଳଖିଆରେ ଓଟସ ଖିର ଖାଆନ୍ତୁ । ୧ ମାସ ନିୟମିତ ଖାଇଲେ ଏହାର ପ୍ରଭାବ ଜାଣିପାରିବେ । ତେବେ ଧ୍ୟାନରେ ରଖନ୍ତୁ, ଏସବୁ ଖାଦ୍ୟ ଦ୍ୱିପହର ଭୋଜନରେ ନ ଖାଇବା ଭଲ । ନଚେତ୍ କାର୍ଯ୍ୟାଳୟରେ ବସିଥିବା ସମୟରେ ନିଦ ଆସିଥାଏ ।


