ଖାଦ୍ୟ ସୁରକ୍ଷା ପାଇଁ ଓଡ଼ିଶା ସମେତ ୫ଟି ରାଜ୍ୟକୁ ୧୫ ଲକ୍ଷ ଟଙ୍କାର ଜରିମାନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ପାଇଁ ସାମୁଦାୟିକ ରୋଷଶାଳା ଯୋଜନା ମାମଲାରେ ଓଡ଼ିଶା ସମେତ ୫ଟି ରାଜ୍ୟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମଗ୍ର ଦେଶରେ ସ୍ଥାପନ କରାଯାଇଥିବା ‘କମ୍ୟୁନିଟି କିଚେନ୍’ ସଂକ୍ରାନ୍ତରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ରାଜ୍ୟମାନଙ୍କ ଉପରେ ଜରିମାନା କରିଛନ୍ତି । ଖାଦ୍ୟ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଓଡ଼ିଶା ସମେତ ୫ଟି ରାଜ୍ୟ ସତ୍ୟପାଠ ଦାଖଲ କରିନଥିଲେ। ଏଥିପାଇଁ ଏହି ରାଜ୍ୟମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଅପରପକ୍ଷରେ ଏହି ରାଜ୍ୟମାନେ ଜରିମାନା ଅର୍ଥ ନିର୍ଦ୍ଧାରିତ ସମୟରେ ଦାଖଲ କରିନଥିବାରୁ ଏନେଇ ଜରିମାନା ୧୦ ଲକ୍ଷ ଟଙ୍କା ଆଦାୟ କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ମଣିପୁର ଓ ଗୋଆକୁ ବି ହୋଇଛି ଜରିମାନାର ନିର୍ଦେଶ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୮ ତାରିଖକୁ ଧାର୍ଯ୍ୟ କରାଯାଇଛି।