ଖେମୁଣ୍ଡି ଭଲିବଲ ଟୁର୍ନାମେଣ୍ଟ ; ବ୍ରହ୍ମପୁର କୁ ପରାଜିତ କରି ଗୁମ୍ମା ଟିମ୍ ସେମିଫାଇନାଲକୁ ଉନ୍ନୀତ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଚିଥିବା ଆନ୍ତଃଜି ଲା ଭଲିବଲ ଟୁର୍ନା ମେଣ୍ଟର ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ଯାଚରେ ବ୍ରହ୍ମପୁର ର ପାଓ୍ବାର ସିକ୍ସ ଟିମ୍ କୁ ଲଗାତାର ୨ ଟି ସେଟ ରେ ପରାଜିତ କରି ଗଜପତି ଜି ଲା ଗୁମ୍ମା ଗ୍ରାମର ଭଲିବଲ ଟିମ୍ ସେମିଫାଇନାଲ କୁ ଉନ୍ନୀତ ହୋଇଥିବା ଜଣାପଡିଛି।ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନା ମେଣ୍ଟ ର ୪ ର୍ଥ ମ୍ଯାଚକୁ ଦିଗପହଣ୍ଡି ରାଜ କୁମାର ସପନ ଦେବ ମୁଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରି ସମିତି (ଇସକଫ୍) ର ଗଞ୍ଜାମ ଜିଲା ସଭାପତି ତଥା ଆଇନଜୀବୀ ହରପ୍ରସାଦ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ପ୍ରଧାନ, ଆୟୋଜକ କମିଟି ସଭାପତି ଶିବଶଙ୍କର ଗୌଡ, ସମ୍ପାଦକ ଅର୍ଦ୍ଦୁ ଗୋବିନ୍ଦ ଏବଂ ଉପଦେଷ୍ଟା ବି.ପ୍ରଭାକର ରେଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରସାଦ ରେଫେରୀ ଭାବେ ମ୍ଯାଚ ପରିଚାଳନା କରିଥିଲେ। ଆୟୋଜକ କମିଟି ର ମୁଖ୍ୟ ଉପଦେଷ୍ଟା କୁରେଶୁ ମହାରଣା, କାର୍ଯ୍ୟକର୍ତ୍ତା ରାମକୃଷ୍ଣ ମେକାପ, ରଞ୍ଜନ କୁମାର ଗୌଡ, କେ.କୁନା, ପଞ୍ଚାନନ ସ୍ବାଇଁ, ରଞ୍ଜନ କୁମାର ସେଠୀ, ଦିବାକର ବିଷୋୟୀ, ମିଟୁ ସେଠୀ, ରଞ୍ଜିତ ବେହେରା, ନରେନ୍ଦ୍ର ସାହୁ, ବାରିକ ବେହେରା, ଏମ୍. ସାଗର, ପୁରୁଷୋତ୍ତମ ପାତ୍ର, ମନୋରଞ୍ଜନ ସେଠୀ, ମିଟୁ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ ,ଶିବ ବେହେରା,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ।


