ଖେମୁଣ୍ଡି ମହାବିଦ୍ୟାଳୟ ରେ ଚୋର ବୁଲାଇଲା କଳାକନା ଥାନାରେ ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ପରିସରରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ବିଭିନ୍ନ ମୂଲ୍ୟବାନ ଇଲେକ୍ଟ୍ରୋନିକ ଜିନିଷ ସମେତ ବହୁ କାଗଜପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ବୁଧବାର ରାତିରେ ମହାବିଦ୍ୟାଳୟର ରାତ୍ରି ଜଗୁଆଳି ନିଜ ଝିଅର ଅସୁସ୍ଥତା ପାଇଁ ଆସିନଥିବା ବେଳେ ଦୁବୃର୍ତ୍ତ ମାନେ ଏହାର ସୁଯୋଗ ନେଇ ମୁଖ୍ୟ ଫାଟକ ସମେତ କଲେଜ ପରିସରରେ ଥିବା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଅଫିସ ରୁମ ତାଲା ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ଅଧ୍ଯକ୍ଷାଙ୍କ ଟେବୁଲ ଲକର ତାଲା ଭାଙ୍ଗି ଅନ୍ୟ ବିଭାଗର ଚାବି ନେଇ ଦୁଇଟି ତାଲା ଭାଙ୍ଗି କମ୍ପୁଟର , ସିପିୟୁ ଭଳି ବିଭିନ୍ନ ସାମଗ୍ରୀ ଚୋରାଇ ନେଇଥିବା ବେଳେ ଲକର ଚାବି ଭାଙ୍ଗି ବହୁ ମୂଲ୍ୟବାନ କାଗଜ ପତ୍ର ଚୋରାଇ ନେଇଛନ୍ତି । ଆଜି ସକାଳୁ ଜଗୁଆଳି ଦର୍ଜୀ ଜେନା କଲେଜ ଆସି ଦେଖିବା ପରେ ଘଟଣା ସମ୍ପର୍କରେ ଅଧ୍ଯକ୍ଷା ପ୍ରଣତି ପାତ୍ରଙ୍କୁ ସୂଚନା ଦେଇଥିଲେ । ଘଟଣା ପରେ କେମେଷ୍ଟ୍ରୀ ପ୍ରଧ୍ୟାପକ ଅନୂପ କୁମାର ମିଶ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ