ଅଙ୍ଗାରଗଡ଼ିଆ ଶିଶୁ ମନ୍ଦିର ପକ୍ଷରୁ ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :ବର୍ଦ୍ଧିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୌର ନିର୍ବାଚନ ଅବସରରେ ଅଙ୍ଗାରଗଡ଼ିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନସାଧାରଣଙ୍କ ପାଇଁ ସତ୍ୟସାଇ ବିଦ୍ୟାବିହାର ପ୍ରାଙ୍ଗଣ ସମୁଖରେ ଏକ ଅସ୍ଥାୟୀ ‘ଜଳଛତ୍ର’ ଖୋଲାଯାଇଥିଲା । ସରସ୍ୱତୀ ଶିଶୁମନ୍ଦିରର ସଭାପତି ଇଂ ରଣଜିତ ଦେ, ସମ୍ପାଦକ ଯଦୁନାଥ ସାହୁ, ବିଦ୍ୱତ ପରିଷଦର ସଭାପତି ଶ୍ରୀରାମଚନ୍ଦ୍ର ସାହୁ ଓ ଅନ୍ୟ ସଦସ୍ୟ ମାଧବାନନ୍ଦ ପାତ୍ର, ପ୍ରତିଷ୍ଠାତା ଡ. ରମାକାନ୍ତ ବେହେରା, ପ୍ରାକ୍ତନ କୋଷାଧ୍ୟକ୍ଷ ଡ. ବାସୁଦେବ ମଲିକ ପ୍ରଧାନାଚାର୍ଯ୍ୟା ସୁଶ୍ରୀ ଅନିମା ସିଂହଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଅପାମାନେ ଏହି ଶିବିରରେ ଯୋଗଦାନ କରିଥିଲେ । ନିର୍ବାଚନ ପାଇଁ ଆସିଥିବା ଭୋଟରଙ୍କ ସମେତ ପଥଚାରୀଙ୍କୁ ଶୀତଳ ଜଳ ପ୍ରଦାନ କରାଯାଇଥିଲା । ପ୍ରଚଣ୍ଡ ଖରା ସମୟରେ ଏହି ଶୀତଳଜଳ ପାନ କରି ଲୋକେ ବେଶ ଆନନ୍ଦିତ ହୋଇଥିଲେ ।


