ଗଂଗଦାହାଟ କାର୍ତିକେଶ୍ୱର ମୂର୍ତି ଭସାଣି ଉତ୍ସବ

ନାଉଗାଁ,:ନାଉଗାଁ ବ୍ଳକ ଅନ୍ତର୍ଗତ ଗଂଗଦାହାଟ କାର୍ତିକେଶ୍ୱର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ସଦସ୍ୟମାନେ ବିଭିନ୍ନ ବେଶରେ ସଜେଇ ହୋଇ ଗୋବରୀ ନଦୀର ତେଂଟୋଇ ଘାଟରେ କାର୍ତିକେଶ୍ୱର ମୂର୍ତିକୁ ଭସାଣି କରିଥିଲେ । ଏଥିରେ ଶିବପାର୍ବତୀ,ମା’ଦୂର୍ଗା,ମହିଁଷାସୁର,ଲବକୁଶ,ଲକ୍ଷ୍ମୀ ନାରାୟଣ ଆଦି ବେଶରେ ସଜେଇ ହୋଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ରାଜକିଶୋର ସାହୁ,ସଂପାଦକ ରଶ୍ମୀରଂଜନ ତ୍ରିପାଠୀ,ପ୍ରକାଶ ଲେଙ୍କା,ଉଗ୍ରେସନ ପରିଡା,ସୁଜିତ ପୁହାଣ,ଅନ୍ତର୍ଯ୍ୟାମୀ ବିଶ୍ୱାଳ,ଆକାଶ ବିଶ୍ୱାଳ,ସଚିନ ବେହୁରା,ପ୍ରସାର ବିଶ୍ୱାଳ,ନିଗମ ବାରିକ,ବୁଲୁ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ