ଜାଗର ଯାତ୍ରା ପାଈଁ ପ୍ରସ୍ତୁତି ବୈଠକ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ଆରାଧ୍ୟ ଶୈବ ପୀଠ ବାଲି କପିଳେଶ୍ଵର ମହାଦେବଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ କପିଳେଶ୍ଵର ମନ୍ଦିର କାର୍ୟ୍ୟାଳୟ ଠାରେ ମଙ୍ଗଳ ବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ବାଲି କପିଳେଶ୍ୱର ଉନ୍ନୟନ କମିଟି ର ସଭାପତି ଗୋପାଳ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ନିର୍ମାଣ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା, ପାନୀୟ ଜଳ ଯୋଗାଣ, ସାସ୍କୃତିକ କାର୍ୟ୍ୟ କ୍ରମ ସୂଚନା କେନ୍ଦ୍ର ଖୋଲିବା ସହ ଆଇନ୍ ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ ସମେତ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରାଯଇଥିଲା । ଏହି ପରିପେକ୍ଷିରେ ରାତ୍ର ୨ଟା ସମୟରେ ସମୟରେ ବାବା ଶ୍ରୀ ବାଲି କପିଳେଶ୍ୱରଙ୍କ ମହାଦୀପ ମନ୍ଦିର ଚୁଡ଼ାକୁ ଉଠିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ସହ ସମସ୍ତ ଦେବ ନୀତି ଓ ପୂଜାର୍ଚ୍ଚନା ଚୁଡାନ୍ତ କରାଯାଇ ଥିଲା


