ଗଂଜାମ କୁର୍ମି କ୍ଷତ୍ରିୟ ସମାଜ ପକ୍ଷରୁ ଜିଲ୍ଲାପାଳ, ଡିଆରଡିଏ ପିଡି ଓ ଗଞ୍ଜାମ ଏସପିଙ୍କୁ ସମ୍ବର୍ଦ୍ଧନା 

ଛତ୍ରପୁର,(ଦେବଦତ୍ତ ମହାରଣା): ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଂଜାମ କୁର୍ମି କ୍ଷତ୍ରିୟ ସମାଜ ପକ୍ଷରୁ ବୁଧବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଗଂଜାମ ଏସ.ପି ବ୍ରିଜେଶ କୁମାର ରାୟଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଗଂଜାମ କୁର୍ମି କ୍ଷତ୍ରିୟ ସମାଜର ସଭାପତି ଇଂ. ଅଭିମନ୍ୟୁ ପ୍ରଧାନଙ୍କ ନେତୃତ୍ୱରେ ସଂଘର ବରିଷ୍ଠ କର୍ମକର୍ତାମାନେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରିଛନ୍ତି । କରୋନା ମହାମାରୀ ସମୟରେ ଜିଲ୍ଲାରେ ତୀବ୍ର ଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ବର୍ତମାନ ପରିସ୍ଥି୍‌ତିରେ ଆକ୍ରାନ୍ତଙ୍କ ସଂଖ୍ୟା ପୁରା କମି ଯାଇଛି । ତେଣୁ ଗଂଜାମ କୁର୍ମି କ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କ ଟିମ୍ ଓ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି । ସେହିପରି ଯୁବ ଆଇଏଏସ୍ ଅଫିସର ତଥା ଡିଆରଡିଏ ପିଡି ଶ୍ରୀ ସିନ୍ଧେଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା । କରୋନା ମହାମାରୀ ସମୟରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏହାକୁ ସୁଚାରୁରୂପେ ଗଂଜାମ ଏସପିଙ୍କ ତତ୍ତ୍ୱବଧାନରେ କାର୍ଯ୍ୟକାରୀ ହେଉଥିବା ସହ ଏବଂ ପୁଲିସ ବାହିନୀ ମାନେ ଲୋକଙ୍କୁ କରୋନା ଦାଉରୁ କିପରି ରକ୍ଷା ପାଇ ପାରିବେ ସେଥି ନିମନ୍ତେ ସଚେତନା କରି ଆସୁଛନ୍ତି । ତେଣୁ ଗଂଜାମ ଏସପିଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ଏଥିରେ ଗଂଜାମ କୁର୍ମି କ୍ଷତ୍ରିୟ ସମାଜର ଆବାହକ ରାକେଶ କୁମାର ପ୍ରଧାନ, ଉପସଭାପତି ପ୍ରଫୁଲ ବିଶୋୟୀ, ସମ୍ପାଦକ ପ୍ରବୀଣ କୁମାର ପ୍ରଧାନ, ସହ ସଂପାଦକ ସିମାଂଚଳ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ଅଂଚଳ ସଭାପତି ବିନାୟକ ପ୍ରଧାନ, ଶିବ ରାମ ପ୍ରଧାନ, ଯୁବ ସଭାପତି ସମୀର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ