ଗଂଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ତିନି ଦଫା ଦାବି ନେଇ ଡିଆରଡିଏ ପିଡିଙ୍କୁ ସ୍ମାରକପତ୍ର 

ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବୁଧବାର ଡିଆରଡିଏ ପିଡିଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶାର ମାନ୍ୟବର ହାଇକୋର୍ଟଙ୍କ ଡବ୍ଲୁ. ପି (ସି) ନଂ-୨୨୬୯୩/୨୦୨୦ଙ୍କ ରହିତାଦେଶକୁ ସମ୍ମାନ ଜଣାଇ ଓଡ଼ିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠି ନଂ ୧୩୦୬୫୫/୧୯.୮.୨୦୨୦ ଏବଂ ଚିଠି ନଂ ୧୩୩୪୧/ ତାରିଖ ୨୫.୮.୨୦୨୦ ପ୍ରତ୍ୟାହାର କରାଯାଉ, ଗଂଜାମ ଜିଲ୍ଲାପାଳଙ୍କ ଚିଠି ନଂ ୧୩୧୦/ ତାରିଖ-୬.୨.୨୦୧୯, ଚିଠି ନଂ ୮୫୧୩/ତାରିଖ ୧୭/୯/୨୦୧୯କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରତ୍ୟେକ ବ୍ଲକ୍ କୁ ରିମାଇଣ୍ଡିଂ ୱାର୍କ ଅଣ୍ଡର୍ ଚିଠି କରାଯାଉ ।ଆମ ଗାଁ ସାଥୀ/ ମେଟ୍ ମାନଙ୍କୁ ସମସ୍ତ ପ୍ରକାର ଲାଇନ୍ ଡିପାର୍ଟମେଂଟ୍ କାର୍ଯ୍ୟରେ ନିୟୋଜିତ କରାଯାଉ ।
ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲ।ରେ ଗାଁ ସାଥୀ / ମେଟ୍ ମାନେ ୨୦୦୮ ମସିହାରୁ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବିଡିଓ ମାନଙ୍କ ଦ୍ୱାରା ଚୟନ ହୋଇଥିଲେ । ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ଏମଜିଏନଆରଓଜିଏ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରି ଆସୁଛନ୍ତି । କିନ୍ତୁ ପରିତାପର ବିଷୟ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର କାର୍ଯ୍ୟ ମିଳୁନଥିବା ବେଳେ ଓଡ଼ିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠି ନଂ ୧୩୦୬୫/ ତା-୧୯.୮.୨୦୨୦ ଏବଂ ଚିଠି ନଂ ୧୩୩୪୧ ତା- ୨୫.୮.୨୦୨୦ ତାରିଖରେ ହୋଇଥିବା ଚିଠିରେ ଏସଏଚଜି ଗ୍ରୁପ୍ ରୁ ପଲ୍ଲୀ ସଭା ମାଧ୍ୟମରେ ଦୁଇଜଣ ମହିଳା ମେଟ୍ ଚୟନ ହେବା ଆମ ମାନଙ୍କୁ ବ୍ୟାଧିତ କରିଛି । ଏପରିକି ଏହି ଚିଠିକୁ ସ୍ଥଗିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ଗାଁ ସାଥୀ / ମେଟ୍ ସଂଘ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ସେମାନଙ୍କ ପ୍ରାର୍ଥନା କୁ ସ୍ୱିକାର କରି ଡବ୍ଲୁ.ପି (ସି)ନଂ ୨୨୬୯୩/ ୨୦୨୦ ଅନୁଯାୟୀ ଏହି ଦୁଇଟି ଚିଠି ଉପରେ ରହିତାଦେଶ ଜାରି କରିଛନ୍ତି । ଏହା ସତ୍ୱେ ଗଂଜାମ ଜିଲ୍ଲାର କିଛି ବ୍ଲକ୍ ରେ ଏସଏଚଜି ଗ୍ରୁପ୍ ରେ ପଲ୍ଲୀସଭା ମାଧ୍ୟମରେ ମହିଳା ମେଟ୍ ଚୟନ ଜାରି ରଖିଛନ୍ତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ରବିନ୍ଦ୍ରନାଥ ଗୌଡ଼, ସମ୍ପାଦକ ବି. ମୋହନ ରାଓ, ଉପସଭାପତି ଲଡ଼ୁ କିଶୋର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ପଲେଇ, ଉପଦେଷ୍ଟା ରବିନ୍ଦ୍ର କୁମାର ପ୍ରଧାନ, ଚରଣ ନାୟକ, ନିର୍ମଳ ବସନ୍ତି, ଗିତାଞ୍ଜଳି ପାତ୍ର, ଦାମ ପ୍ରଧାନ, ଏସ୍‌. ସନ୍ତୋଷ, ଗଣେଶ ସ୍ୱାଇଁ ଓ ଜଗନ୍ନାଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ