ଦୃଷ୍ଟିବାଧିତଙ୍କୁ ମୋବାଇଲ ପ୍ରଦାନ
ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍) :ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଶତପ୍ରତିଶତ ଜଣେ ଦୃଷ୍ଟିବାଧିତ ଯୁବକଙ୍କୁ ସାମାଜିକ ମଙ୍ଗଳ ସଂପ୍ରସାରଣ ବିଭାଗ ପକ୍ଷରୁ ମୋବାଇଲ ପ୍ରଦାନ କରାଯାଇଛି । ବ୍ଲକ ଅଧିନ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମର ଗୁରିଆ ଦାସଙ୍କ ପୁଅ ସନ୍ୟାସୀ ଜନ୍ମରୁ କିଛି ଦେଖିପାରନ୍ତି ନାହିଁ । ସରକାରଙ୍କ କ୍ଷମତା ଏକ୍ସପ୍ରେସ ଯୋଜନାରେ ସେ ମନୋନୀତ ହୋଇ ଥିବା ସ୍ଥଳେ ଆଜି ପ୍ରଶାସନ ପକ୍ଷରୁ ବିଡିଓ ବିଜୟ କୁମାର ସାହୁ ତାଙ୍କୁ ମୋବାଇଲ ପ୍ରଦାନ କରିଛନ୍ତି । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସମାଜ ମଙ୍ଗଳ ବିଭାଗ ସହକାରୀ ସଂଯୋଜକ ସୁଧାଂଶୁ ଶେଖର ପାଢୀ ଉପସ୍ଥିତ ଥିଲେ ।


