ବିଭିନ୍ନ ଦାବି ଜଣାଇ ଅଙ୍ଗନଓ୍ଵାଡ଼ିକର୍ମୀ ସଂଘର ସିଡିପିଓଙ୍କୁ ଦାବିପତ୍ର

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ବିଭିନ୍ନ ଦାବି ଜଣାଇ ବେଲଗୁଣ୍ଠI ବ୍ଲକ୍ ଅଙ୍ଗନଓ୍ଵାଡ଼ି କର୍ମୀ ଏବଂ ସହାୟିକା ସଂଘ ତରଫରୁ ବେଲଗୁଣ୍ଠI ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I ସୂଚନା ଅନୁସାରେ ଅଙ୍ଗନାଓ୍ଵଡ଼ି କର୍ମୀମାନେ ନିଜ ନିଜ କେନ୍ଦ୍ର ଅଧୀନରେ ଥିବା ତିନି ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମହିଳାଙ୍କୁ ଅଣ୍ଡା ଏବଂ ଛତୁଆ ଯୋଗାଇ ଆସୁଥିବା ବେଳେ ସେମାନଙ୍କୁ ଗତ ଅପ୍ରେଲ୍, ମଇ ଏବଂ ଜୁନ୍ ମାସର ଅଣ୍ଡା ଯୋଗାଣ ବକେୟା ଅର୍ଥ ଦିଆଯାଇ ନାହିଁ I ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ସୁଧକୁ ଅର୍ଥ କରଜ ଆଣି ହିତାଧିକାରୀଙ୍କୁ ତିନି ମାସ ହେବ ଅଣ୍ଡା ଯୋଗାଉଛନ୍ତି I ଏଣୁ ଆଜି ସଂଘ ତିନି ମାସର ବକେୟା ଅର୍ଥ ଏବଂ ଆଗାମୀ ତିନି ମାସ ଯଥା ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ଅଣ୍ଡା ଯୋଗାଣ ନିମନ୍ତେ ଅଗ୍ରୀମ ଅର୍ଥ ଦେବାକୁ ବେଲଗୁଣ୍ଠା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣିଙ୍କୁ ଦାବି ପତ୍ର ଦେଇଛନ୍ତି I ଯଦି ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ସେମାନଙ୍କ ଦାବିର ଉଚିତ୍ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଅଙ୍ଗନଓ୍ଵାଡ଼ିକର୍ମୀ ଏବଂ ସହାୟିକା ସଂଘ ତରଫରୁ ଛତୁଆ ବଣ୍ଟନ ,ମାସିକ ବିବରଣୀ ପ୍ରଦାନ, କୋଭିଡ-୧୯ କାର୍ଯ୍ୟ ଭଳି କାର୍ଯ୍ୟକ୍ରମରେ କୌଣସି ସହଯୋଗ ନ କରିବା ସହ ସମସ୍ତ କାର୍ଯ୍ୟକୁ ବନ୍ଦ ରଖାଯିବ ବୋଲି ଅଲ୍ ଓଡ଼ିଶା ଅଙ୍ଗନଓ୍ଵାଡ଼ି ମହିଳା କର୍ମୀ ସଂଘ ସଭାନେତ୍ରୀ କବିତା ସାହୁ ଏବଂ ସମ୍ପାଦିକା ମମତା ପାଣିଗ୍ରାହୀ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ