ଗଂଜାମ ବ୍ଲକରେ ବିଜେଡିର ଜନସମ୍ପର୍କ ଯାତ୍ରା ଶେଷ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକରେ ଆରମ୍ଭ ହୋଇଥିବ ବିଜୁ ଜନତା ଦଳର ଜନ ସଂପର୍କ ପଦ ଯାତ୍ରା ସୋମବାର ଶେଷ ହୋଇଛି । ଏନେଇ ଆଜି କାଇଞ୍ଚପୁର ପଞ୍ଚାୟତ ଠାରୁ ଆରମ୍ଭ ହୋଇ ମଲାଡ଼ ଦେଇ ପୋଇରାଶି ପଂଚାୟତରେ ଶେଷ ହୋଇଥିଲା । କାଇଞ୍ଚପୁର ଗ୍ରାମଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭରମ୍ଭ କରିଥିବା ବେଳେ, ରାଜ୍ୟ କୃଷି ଵିପଣନ ପରିଷଦର ଉପଦେଷ୍ଟା ତଥ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର‌୍ୟ୍ୟକ୍ରମ ଓ ୫ଟି ଉପରେ ଲୋକଙ୍କୁ ବୁଝାଇଥିଲେ । ଏଥିରେ ପୁର୍ବତନ ବିଧାୟକ ଅଶୋକ ଚୌଧିରି, ଆଦିକନ୍ଧ ସେଠୀ ଯୋଗ ଦେଇଥିଲେ । କାଇଞ୍ଚପୁର, କଲ୍ୟାଣ ପୁର ମାଳି ଜଗନ୍ନାଥ ପୁର, ମଲାଡ଼ ପଞ୍ଚାୟତ ର ପାଣିବନ୍ଧ, କୁଶପଲ୍ଲୀ, ସନ୍ତୋଷପୁର ପଞ୍ଚାୟତର ସାନଗୋପାଳ ପୁର, ସନ୍ତୋଷ ପୁର, କାର୍ତ୍ତିକ ଢ଼ି, , ପୋଇରାଶି ପଂଚାୟତର କଂଠିଆ ପଲ୍ଲୀ, ବରପଲ୍ଲୀ,ଗ୍ରାମରେ ଶେଷ ହୋଇଥିଲା । ଏହି ଜନ ସମ୍ପର୍କ ପଦଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ଶହ, ଶହ, ପୁରୁଷ, ମହିଳା, ସାମିଲ ହୋଇ, ଭାବ୍ୟ ସମର୍ଦ୍ଧନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକସଭାପତି ଇନ୍ଦ୍ରମଣି ଦଳେଇ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥପ୍ରଧାନ, ସରପଞ୍ଚ ସାମାରେଡି, ସନ୍ତୋଷ ସେଠୀ, ନିରଞ୍ଜନ ରେଡି ପ୍ରଭାତ ସେଠି, ସଦାଶିବଦାଶ, ବନିତା ଦଳେଇ, କବିତା ସ୍ଵାଇଁ, ବ୍ଲକ ଉପାଧ୍ୟକ୍ଷ ମିନତି ପ୍ରଧାନ, ସମିତି ସଭ୍ୟ ଗଗନ ସ୍ୱାଇଁ, ଶତ୍ରୁଘନ ମହାଙ୍ଗୁଡ଼, ନିତୁ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଜେ. ସନ୍ତୋସୀ, ଜିଲ୍ଲା ସମ୍ପାଦକ ମନୋଜ ପାଢ଼ୀ, ପୂର୍ବତନ ଉପାଧ୍ୟକ୍ଷ ଭାଗ୍ୟ ରେଡି, ବିଜେଡି ନେତା ସନା ତନ ବେହେରା, ଗୋବିନ୍ଦ ରେଡି, ଅନ୍ତର୍ଯ୍ୟାମୀ ବେହେରା କୃଷ୍ଣପ୍ରଧାନ, ଉମାଜେନା, ବାନମ୍ବରପଲେଇ, ଦଣ୍ଡପାଣି ପରିଡ଼ା, ରଙ୍କ ପ୍ରଧାନ, ଶିବସ୍ୱାଇଁ, ଉମା ସାହୁ, ଗଦା ପରିଡ଼ା, ରାମନାୟକ, ନରାୟଣ ପଟ୍ଟନାୟକ, ଟୁକୁନା ଦଳେଇ, ସାଗର ସାହୁ, ଛାତ୍ର ନେତା ଲିଙ୍ଗରାଜ ମହାପାତ୍ର, ପୁର୍ବତନ ଅଧ୍ୟକ୍ଷ ରଘୁସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ