ପୁରୁଷବନ୍ଧୁଙ୍କୁ ଡେଟିଂରୁ ଜାଣନ୍ତି ଯୁବତୀ
ନିଜର ଗର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ ଯାଉଥିବା ଯୁବକମାନେ ବହୁ ବିଷୟରେ ସତର୍କ ରହିବା ଆବଶ୍ୟକ । ବିଶେଷ କରି ଯେତେବେଳେ ବିଲ୍ ପଇଠ କରିବାର ସମୟ ଆସୁଛି ସେତେବେଳେ ସାମାନ୍ୟ ଅସତର୍କତା ହୁଏ । ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ନିକଟରେ ଏକ ଅଧ୍ୟୟନରୁ ଏ ବିଷୟ ଜାଣିବାକୁ ମିଳିଛି । ଡେଟିଂରେ ଯାଉଥିବା ଯୁବତୀମାନେ ଜାଣିବାକୁ ଚାହାନ୍ତି ଯେ, ସେମାନେ ଯେଉଁ ଯୁବକଙ୍କୁ ଜୀବନ ସାଥୀ କରିବାକୁ ଯାଉଛନ୍ତି ସେମାନଙ୍କ ଚରିତ୍ର କିପରି । ସେ ଭବିଷ୍ୟତରେ ତାଙ୍କୁ କିଭଳି ରଖିବେ । ବିଶେଷକରି ଯଦି ଜଣେ ଯୁବକ ବିଲ୍ ଦେବାବେଳେ ବିଲ୍କୁ ଶେୟାର କରିବାକୁ ଚାହୁଁଥାଏ, ତା’ହେଲେ ସେମାନେ ତା’ପରେ ସେହି ଯୁବକ ସହିତ ଡେଟିଂ କରି ନ ଥାନ୍ତି । ସେମାନେ ଜାଣିଯାଆନ୍ତି ଯେ, ଯୁବକ ଜଣଙ୍କ ନିଜର ପକେଟ୍କୁ ଯେତେ ଭଲ ପାଉଛନ୍ତି ସେତିକି ତାଙ୍କ ଗର୍ଲଫ୍ରେଣ୍ଡକୁ ଭଲ ପାଉନାହାଁନ୍ତି । ପୁଣି ଭବିଷ୍ୟତରେ ହୁଏତ ସେ ତାଙ୍କ ଅର୍ଥରେ ଚଳିବା ପାଇଁ ଚାହିଁପାରେ । ନ ହେଲେ ତାଙ୍କର ଅର୍ଥନୈତିକ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିପାରନ୍ତି ବୋଲି ଯୁବତୀଙ୍କର ଧାରଣା ହୋଇଯାଏ । ଆଉ ଯୁବତୀ ଜଣଙ୍କ ସେଇଠୁ ହିଁ ସମ୍ପର୍କ ଶେଷ କରିଦେଇଥାନ୍ତି । ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ଯୁବତୀଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଏକ ନିଷ୍କର୍ଷରୁ ମିଳିଛି ।


