ସୁନା ମଣିଷ

ପ୍ରତିଦିନ ସେ ପିନ୍ଧନ୍ତି ୫ କି.ଗ୍ରା.ରୁ ଅଧିକ ଓଜନର ସୁନା । ବେକରେ ମୋଟା ମୋଟା ସୁନାର ଚେନ୍‌, ହାତରେ ସୁନାର କଙ୍କଣ ସହ ୧୦ ଆଙ୍ଗୁଳିରେ ୧୦ଟି ବଡ଼ ବଡ଼ ସୁନାର ମୁଦି, ତା’ସହ ସୁନାର ଘଣ୍ଟା । କେବଳ ସେତିକି ନୁହେଁ, ହାତରେ ତାଙ୍କର ଥାଏ ସୁନାର କଭରରେ ଥିବା ଆଇଫୋନ୍ । ପାଦରେ ପିନ୍ଧନ୍ତି ସୁନାର ଜୋତା । ତେବେ ଆମେ ଏଠାରେ କୌଣସି ମହିଳାଙ୍କ ବିଷୟରେ କହୁ ନାହୁଁ । ବରଂ ଜଣେ ପୁରୁଷ ଯିଏକି ସୁନା ପାଇଁ ପାଗଳ ପ୍ରାୟ । ତେଣୁ ସେ ନିଜକୁ ସଜାଇଥାଆନ୍ତି ଖାଣ୍ଟି ସୁନାର ଗହଣାରେ । ସେ ହେଉଛନ୍ତି ମହାରାଷ୍ଟ୍ର, ପୁନେର ପ୍ରଶାନ୍ତ ଲକ୍ଷ୍ମଣ ସପକଲ୍ । ପେସାରେ ସେ ଜଣେ ବ୍ୟବସାୟୀ । ଏନ୍‌ଏସ୍‌ଏସ୍ ନାମ ସମାଜସେବା ସଂସ୍ଥା ସହ ମଧ୍ୟ ସେ ଜଡ଼ିତ ଅଛନ୍ତି । ପ୍ରଶାନ୍ତଙ୍କର ପିଲାଦିନରୁ ସୁନା ପ୍ରତି ଦୁର୍ବଳତା ରହିଥିଲା । ଅକ୍ଟୋବର ୨୦୧୮ରୁ ସେ ଏଭଳି ସୁନା ପିନ୍ଧିବା ଆରମ୍ଭ କରିଛନ୍ତି । ଆଉ ସାଜିଛନ୍ତି ଭାରତର ନୂଆ ଗୋଲ୍‌ଡ୍ ମ୍ୟାନ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ