ଗଂଜାମ ରେଡ୍ଡୀ ମହାଜନ ସଙ୍ଘମର ସଚେତନତା କର୍ମଶାଳା

ଗଂଜାମ, (ବିନୋଦ ପଲେଇ):ଗଂଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମ ଠାରେ,ଗଂଜାମ ରେଡ୍ଡୀ ମହା ଜନ ସଙ୍ଘମ ,ଆସ୍କା ଜୋନ୍ ର ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସ୍କା ଜୋନ୍ ସଭାପତି ଆର.ଭାଗ୍ୟରେଡି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ରେଡ୍ଡୀ ମହାଜନ ସଙ୍ଘମ ସଭାପତି- ସିଏଚ.ଡିଲେଶ୍ୱର ରେଡ୍ଡୀ, ସମ୍ମାନିତ ଅତିଥି ରୂପେ ସମ୍ପାଦକ ଆର.ଶ୍ରୀନିବାସ ରେଡ୍ଡୀ, ଅନ୍ୟତମ ସମ୍ପାଦକ କେ.ଗୁରୁମୂର୍ତି ରେଡ୍ଡୀ, ଯୋଗଦେଇ ସରକାରଙ୍କ ପ୍ରଚଳିତ ସାମାଜିକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା, ଯୌତୁକ ପ୍ରଥା ବିଲୋପ ପାଇଁ କଡା ପଦେକ୍ଷପ ନେବା, ନିଶା ନିବାରଣକୁ କଡାକଡି କାର୍ଯ୍ୟକାରୀ କରିବା, ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସହନ କରିବା, ଅସହାୟ ଓ ଗରିବ ଝିଅଙ୍କୁ ବିବାହ କରାଇବା ନାରୀ ଶିକ୍ଷାକୁ ଗୁରୁତ୍ୱ, ବାଲ୍ୟ ବିବାହକୁ ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ଅତିଥି ମାନେ ଆହ୍ଵାନ ଦେଇଥିଲେ । କେ.ଆବାଲ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିରୁଳି ତାଲୁକାର ଜୋନାଲ ସମ୍ପାଦକ ଏ. ଖଲ୍ଲିରେଡ୍ଡୀ, ଖଲ୍ଲିକୋଟର ଏସ.କ୍ରୀଷ୍ଣ ରେଡ୍ଡୀ, ଏସ.ସୀମାଞ୍ଚଳ ରେଡ୍ଡୀ, କେ.ବିଜୟ ରେଡ୍ଡୀ, ବିରୁଳିର ବି.ପୁରୁଷୋତ୍ତମ ରେଡ୍ଡୀ, ଗଂଜାମ ର ଡି.ସତ୍ୟାୟ ରେଡ୍ଡୀ, ଆସ୍କାର ବି.ସାରଙ୍ଗ ଧର ରେଡ୍ଡୀ, ବି. ତାଲୁକାର ଏ. ଖଲ୍ଲିରେଡ୍ଡୀ, ଏ. ସଂଜୀବୀ ରେଡ୍ଡୀ, ଆଠଗଡର ନିଚ୍ଛାରେଡି ପ୍ରମୁଖ ନିକର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗଂଜାମ ବ୍ଲକର ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀ, ଡି.ନିରଞ୍ଜନ ରେଡ୍ଡୀ,ଏ. ସୁଜାତା ପ୍ରଧାନ, ଛତ୍ରପୁରବ୍ଲକର ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ, କବିସୂର୍ଯ୍ୟନଗରର ଜିଲ୍ଲାପରିଷଦ ସଭ୍ୟ ଟି.ଭାରତୀ ରେଡ୍ଡୀ, କୁମଣ୍ଡର ସରପଞ୍ଚ ଆର.ଶକୁନ୍ତଳା ରେଡ୍ଡୀଙ୍କ ସମେତ କାର୍ଯ୍ୟକ୍ରମକୁ ସୁନ୍ଦରରୂପେ ଆୟୋଜିତ କରିଥିବା ବିରୁଳି -ସମ୍ପାଦକ ପୁରୁଷୋତ୍ତମ ରେଡ୍ଡୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ବିରୁଳିଗଡ଼ ତାଲୁକାର ଜୋନାଲ ସମ୍ପାଦକ ଏ. ଖଲ୍ଲିରେଡ୍ଡୀ, ପୁରୁଷୋତ୍ତମ ରେଡ୍ଡୀ, ଓ ରାଉଳିବନ୍ଧ ଗ୍ରାମବାସୀ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ଆସ୍କା ଜୋନ୍ ଅଧିନସ୍ଥ ବିରୁଳି, ଆଠଗଡ଼, ଖଲ୍ଲିକୋଟ-୧,୨, ଗଞ୍ଜାମ, ଆସ୍କା ର ସଭାପତି, ସମ୍ପାଦକ, ପରିଚାଳନା କମିଟି, ତାଙ୍କ ଅଧିନସ୍ଥ ଗ୍ରାମର ଗ୍ରାମ୍ୟ ସଭାପତି, ନାଇଡୁ, ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ