ଜମିବାଡି ବିବାଦକୁ ନେଇ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଏକ ଜମିବାଡି ବିବାଦକୁ ନେଇ ଜଣେ ଚାଷୀଙ୍କୁ ମରଣାନ୍ତଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମର ସନ୍ତୋଷ କୁମାର ଦାସଙ୍କ ପତ୍ନୀ କନକଲତା ଦାସ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜମିକୁ ମଡାଇ ସେହି ଗ୍ରାମର ସନାତନ ଦାସ ପକ୍କାଘର ନିର୍ମାଣ କରୁଥିଲେ । ଏହାର ବିରୋଧକରି ତାଙ୍କ ସ୍ୱାମୀ ସନ୍ତୋଷ ଗରଦପୁର ତହସିଲଦାର, କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ କୋର୍ଟରେ ଏନେଇ କେଶ ମଧ୍ୟ କରିଥିଲେ । କିନ୍ତୁ କୋର୍ଟଙ୍କ ନିର୍ଦେଶକୁ ଅମାନ୍ୟ କରି ସନାତନ ସନ୍ତୋଷଙ୍କ ଜମିକୁ ମାଡି କୋଠାଘର ନିର୍ମାଣ କରିଥିଲେ । ଏହି ଘଟଣାକୁ ନେଇ ସନ୍ତୋଷ ସଂପୃକ୍ତ ଗୃହ ନିର୍ମାଣ କରୁଥିବା ରାଜମିସ୍ତ୍ରୀଙ୍କ ନାମରେ ଏକ ମାମଲା କୋର୍ଟରେ ଦାୟର କରିଥିଲେ । ଏହି ଘଟଣାକୁ ନେଇ ସନାତନ ଏବଂ ତାଙ୍କର ସମର୍ଥକମାନେ ବିଲରୁ ଫେରୁଥିବା ସମୟରେ ସନ୍ତୋଷକୁ ସଙ୍ଘବଦ୍ଧ ଭାବେ ମରଣାନ୍ତଙ୍କ ଆକ୍ରମଣ କରିଥିବା ଏବଂ ତାଙ୍କ ପତ୍ନୀ କନକଲତା ପ୍ରତିବାଦ କରିବାରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ନେଇ କନକଲତା ପାଟକୁରା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପାଟକୁରା ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ସନ୍ତୋଷ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଚିକିତ୍ସାଧିନ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ