ଗଜପତିରେ ଆଜି ୨୬ଜଣ କୋରାନା ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଆଜି ରବିବାର ଦିନ ଜିଲ୍ଲାରେ ମୋଟ ୧୪୧୨ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୬ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୪ଜଣ, ଗୋଷାଣୀ ବ୍ଲକରୁ ୬ଜଣ, କାଶୀନଗର ବ୍ଲକରୁ ୩ଜଣ, ନୂଆଗଡ ବ୍ଲକରୁ ଜଣେ, ମୋହନା ବ୍ଲକରୁ ୨ଜଣ, ଆର୍‌.ଉଦୟଗିରି ବ୍ଲକରୁ ୩ଜଣ ଏବଂ ରାୟଗଡ ବ୍ଲକରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା କୋଭିଡ୍ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଗୁରୁତରଙ୍କୁ କୋଭିଡ୍ ହସ୍ପିଟାଲ ଠାରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କେତେକଙ୍କୁ କୋଭିଡ କେୟାର ସେଣ୍ଟର, ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା କରାଯାଉଛି । ସେହିପରି ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ଆକ୍ରାନ୍ତଙ୍କୁ ନିଜ ନିଜ ଘରୋଇ ସଂଗରୋଧରେ ରଖା ଯାଇ ଚିକିତ୍ସା କରାଯାଉଥିବାର ସୂଚନା ମଧ୍ୟ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ