ବେଆଇନ ବିଦ୍ୟୁତ ଚଢ଼ାଉ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବଜାର ଠାରେ କିଛି ବ୍ୟବସାୟୀ ପ୍ରତିଷ୍ଠାନକୁ ବିଦ୍ୟୁତ ବିଭାଗ ତନଖି କରିଥିବା ଜଣାପଡ଼ିଛି । ତନଖି ବେଳେ ଅସାଧୁ ଉପାୟରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଦୀର୍ଘଦିନ ହେବ ବିଦ୍ୟୁତ ବ୍ୟବହାର କରିଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ସହକାରୀ ଯନ୍ତ୍ରୀ ସରୋଜକାନ୍ତ ବେହୁରିଆଙ୍କ ନେତୃତ୍ୱରେ ଯାଞ୍ଚ କରାଯାଇଥିବା ବେଳେ ୩ଜଣ ବେଆଇନ ବ୍ୟବସାୟୀ ଉପଭୋକ୍ତାଙ୍କ ଠାରୁ ଜୋରିମାନା ଆଦାୟ ହୋଇଛି । ଏହାଛଡା ବଜାର ଆଖପାଖ ଅଞ୍ଚଳରେ ମଧ୍ୟ ବିଭାଗ ପକ୍ଷରୁ କଡା ଯାଞ୍ଚ ହୋଇଥିବା ଜଣାପଡିଛି । ଚଢ଼ାଉରେ ବିଦ୍ୟୁତ ଭିଜିଲାନ୍ସ ଅଧିକାରୀ ଦିଲ୍ଲୀପ ଦାସ, ଅନନ୍ତ ନାରାୟଣ ସେନାପତି, ସୌଗତ ସରକାରଙ୍କ ସମେତ କର୍ମଚାରୀ ମାନେ ସାମିଲ ହୋଇଥିଲେ ।


