ଗଜପତିରେ ଛତୁ ଚାଷ ତାଲିମ ଶିବିର ଉଦ୍ଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ରୁଢେଇ ଗ୍ରମାରେ ଚାଲିଥିବା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁମ୍ମା ବ୍ଲକ ଅନ୍ତର୍ଗତ ରୁଢେଇ ଗ୍ରାମ ଠାରେ ଗତ ୧୦ଦିନ ଧରି ଚାଲୁ ରହିଥିଲା । ଉକ୍ତ ଛତୁ ଚାଷ କାର୍ଯ୍ୟକ୍ରମରେ ଅଜୟଗଡ ଗ୍ରାମ ପଞ୍ଚାୟତର ୨୫ଜଣ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏବଂ ବେରୋଜଗାରୀ ଯୁବକ ମାନେ ଯୋଗଦେଇଥିଲେ । ଉଦ୍ଯାପନୀ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ସେରଙ୍ଗ ସ୍ଥିତ ଓପିଇଏଲ୍ପିର ରାଧାଚରଣ ପାଢୀ ମୁଖ୍ୟ ଅତିଥି ଏବଂ ସେରଙ୍ଗର ସ୍ୱେଚ୍ଛାସେବୀ ସଂସ୍ଥାର ଗୋଷ୍ଠୀ ନେତ୍ରୀ ବ୍ୟୁଟି କୁମାରୀ ଲିମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତି ହେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ପରିଚାଳନା କରିଥିଲେ ।


