ଗଜପତିରେ ବିଶ୍ୱ ହାତଧୁଆ ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲ ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଉପସ୍ଥିତ ରହି ଏହି ଭଳି ସଚେତନତା କାର୍ଯ୍ୟ ମାଧ୍ୟମରେ ସମସ୍ତେ ଖାଇବା ପୂର୍ବରୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଆବଶ୍ୟକ ବୋଲି କହିବାସହ ହାତ ଧୋଇବାର ଶୈଳି ଦେଖାଇଥିଲେ । ଯାହା ଫଳରେ ହାତରେ କୌଣସି ସ୍ଥାନରେ ଜୀବାଣୁ ରହିଥିଲେ ସେଗୁଡିକ ଧୋଇଯିବା ସଙ୍ଗେ ସଙ୍ଗେ ହାତ ମାଧ୍ୟମରେ ଆଗ ଦେହକୁ ଜୀବଣୁ ପ୍ରେଶ କରିପାରିବ ନାହିଁ ଏବଂ ବିଭିନ୍ନ ରୋଗ ଆକ୍ରମଣରୁ ମଧ୍ୟ ଆମମେ ମୁକ୍ତି ପାଇବା ବୋଲି କହିଥିଲେ । କରୋନା ଭଳି ମହାମାରୀ ଠାରୁ ରକ୍ଷା ପାଇବାକୁ ହେଲେ ପ୍ରତିମୁହୁର୍ତ୍ତରେ ହାତ ଧୋଇବା ଆବଶ୍ୟକ ବୋଲି ମଧ୍ୟ କହିଥିଲେ । ଭାରତ ସ୍କାଉଟ ଓ ଗାଇଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ପାତ୍ର, କିଶୋର ଦାସ, ଏମ୍. ଲକ୍ଷ୍ମଣ ରାଓ ପ୍ରମୁଖ ଉପସ୍ଥିତ ରହି ହାତଧୋଇବା ଶୌଳି ମଧ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମଣ ପାଇକ, ସୁଲତା ଶୁଭଦର୍ଶନୀ ମିଶ୍ର, ପ୍ରୋମଦ କୁମାର ପାଢୀ, ପି.କନ୍ସୁ, ଡି.ଆନ୍ଦ ରାଓ ପ୍ରମୁଖ ପରିଚାଳନା କରିଥିଲେ ।


