ଗଜପତିରେ ପୁଣି ୧୭ ପଜିଟିଭ୍ ଚିହ୍ନଟ: ସଂଖ୍ୟା ଛୁଇଁଲା ୫୩୬

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ଗମ୍ଭୀର ହେବା ସହ କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଜଣକୁ ମିଶାଇ ସଂଖ୍ୟା ୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ୧୩ପୁରୁଷ ଥିବା ଜଣାପଡିଛି । ଏହି ୧୭ଜଣଙ୍କ ମଧ୍ୟରୁ ପାରଳା ପୌରାଞ୍ଚଳରୁ ୭ଜଣ,ରାୟଗଡ ବ୍ଲକ ୭ଜଣ ଏବଂ କାଶୀନଗର ବ୍ଲକରୁ ୩ଜଣ ବୋଲି ସୁଚନା ମିଳିଛି । ଏମାନଙ୍କ ବୟସ ୧୮ରୁ ୬୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଏ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରି ସମଗ୍ର ଜିଲ୍ଲାବାସୀଙ୍କୁ ଏ ନେଇ ସମ୍ପୁର୍ଣ୍ଣ ସଚେତନ ରହି ସାମାଜିକ ଦୁରତା ଓ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ