ଗଜପତିରେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତ୍ରଗତ ଗାରବନ୍ଧ ଗ୍ରାମର ସିଏଚ୍କ୍ରିଷ୍ଣାରାଓଙ୍କ ଦ୍ୱିତୀୟ କନ୍ୟା ଗତକାଲି ଖଟ ଉପରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ପରିବାର ବର୍ଗ ସାଙ୍ଗେ ସାଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଗାରାବନ୍ଧ ନେଇଥିଲେ । ସେଠାରେ ଡାକ୍ତର ଚିକିତ୍ସା କରି ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଦ୍ୱାରା ପଠାଯାଇ ଥିଲା । ସେଠାରେ ଚିକିତ୍ସା କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିବା ସମୟରେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଯାଇଥିଲା । ଗୁରାଣ୍ଡି ଥାନା ଖବର ପାଇ ଘଟଣା ସ୍ଥଲକୁ ଯାଇ ଶବକୁ ଜବତ କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଶବକୁ ଜବତ କରି ପାରଳାକେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା । ଏନେଇ ୟୁଡି କେସନଂ ୧୪ରେ ଏକ ମାମଲା ରୁଜ କରାଯାଇ ଗୁରାଣ୍ଡି ଥାନା ଏସ୍ଆଇ ଲୋକନାଥ ବେହେରା ଅନୁସନ୍ଧାନ ଜିରି ରଖିଛନ୍ତି । ପ୍ରକାଶ ଥାଉକି ସିଏଚ୍ କ୍ରିଷ୍ଣାରାଓଙ୍କ ଦ୍ୱିତୀୟ ଝିଅ ସିଏଚ୍ ବନ୍ଦନା ରାୟପୁର ପ୍ରଦେଶର ଭିଲାଇ ଠାରେ ଗତ ୧୦ମାସ ପୂର୍ବେ ବିବାହ କରିଥିଲେ । ଗତ ଅଗଷ୍ଟ ମାସରେ ତାଙ୍କ ସ୍ୱାମୀ କୌଣସି କାରଣରୁ ଫାସି ହୋଇ ମରିଯାଇଥିଲେ । ସେଠାରେ ଚନ୍ଦନାଙ୍କ ମାନସିକ ସ୍ଥିତ ଭଲ ନ ରହିବାରୁ ବାପା ନିଜ ଗ୍ରାମ ଗାରାବନ୍ଧ ଘରକୁ ନେଇ ଆସିଥିଲେ । ଗ୍ରାମବାସି କହିବା ମୁତାବକ ବନ୍ଦନା ଜଣେ ଭଲ ଝିଅ ଅଟନ୍ତି । ସେ ଶାନ୍ତ, କରଳ ଥିଲେ । ପରିବାର ରୋଜଗାରକ୍ଷମ ଥଲେ । ଭଲ ସିଲାଇ କରି ପରିବାର ଭରଣ ପୋଷଣ କରୁଥିଲେ । ବାପା ଘରେ ତିନି ଚାରି ଥର ମୃତ୍ୟୁ ପାଇଁ ଚେଷ୍ଟା କରି ବିଫଲ ହୋଇଥିଲେ । ସ୍ୱାମୀର ମୃତ୍ୟୁ ପାଇଁ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି କୁହାଯାଉଛି । ତାଙ୍କର ମୃତ୍ୟୁରେ ଗାରବନ୍ଧର ପୂର୍ବତନ ସରପଞ୍ଚ କେ. ବେଣୁ ଗୋପାଳ, ବିଜିଡି ଯୁବ ସଭାପତି କେ. ପାଇଲା, ନାଗେଶ୍ୱର ରାଓ, ଉମାରେଡ୍ଡି ଏବଂ ଗ୍ରାମବାସୀ ପ୍ରମୁଖ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହି ଖବରକୁ ନେଇ ଗାରବନ୍ଧ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


