ଗଜପତିରେ ସ୍ମାର୍ଟ କ୍ଲାସର ପ୍ରସ୍ତୁତି ଓ ଉନ୍ନତିକରଣର ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ସ୍ମାର୍ଟ କ୍ଲାସର ପ୍ରସ୍ତୁତି ଓ ଉନ୍ନତିକରଣର ସ୍ଥିତି ସମୀକ୍ଷା କରିଛନ୍ତି । ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟକ୍ଲାସ ତଥା ୫ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି । ଏହି ସ୍ମାର୍ଟର୍ କ୍ଲାସ କରିବା ପାଇଁ ବିଭିନ୍ନ କାର୍ଯ୍ୟ ଚାଲୁ ରହିଛି । ଏହାର ପରିଦର୍ଶନ ତଥା ସମୀକ୍ଷା କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପାରଳାଖେମୁଣ୍ଡିରେ ପହଞ୍ôଚ ସ୍ମାର୍ଟ କ୍ଲାସର ପ୍ରସ୍ତୁତି ଓ ଉନ୍ନତିକରଣର ସ୍ଥିତି ଦେଖିବା ସହ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ସମୀକ୍ଷା ବୈଠକ ଯୋଗଦେଇଥିଲେ । ଏହି ବୈଠକକୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ଗଜପତି ଜିଲ୍ଲାର ଶିକ୍ଷାରେ ବିକାଶ ବିଷୟ ତଥା ଜିଲ୍ଲାର ଆଦର୍ଶ ବିଦ୍ୟାଳୟ ଗୁଡିକର କାର୍ଯ୍ୟକାରିତା ଓ ଏହାର ହଷ୍ଟେଲ ପରିଚାଳନା, ଜିଲ୍ଲାର ୩ଟି ଉତ୍କର୍ଷ ବିଦ୍ୟାଳୟ କେନ୍ଦ୍ରର ବିକାଶ, ଜିଲ୍ଲାର ୫ଟି ଅନ୍ତର୍ଭୁକ୍ତ ବିଦ୍ୟାଳୟର ବିକାଶ, ଜିଲ୍ଲାର “ମୋ ସ୍କୁଲ” କାର୍ଯ୍ୟକ୍ରମର ଅଗ୍ରଗତି, ମଧ୍ୟାହ୍ନ ଭୋଜନ ପରିଚାଳନା, ବୈଷୟିକ ଶିକ୍ଷାର ବିକାଶ, ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ସମସ୍ୟା, ଶିକ୍ଷକମାନଙ୍କ ପଦଉନ୍ନତି, ବିଭିନ୍ନ ଛାତ୍ର, ଛାତ୍ରୀ ବୃତ୍ତିର ପ୍ରଦାନ, ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକୃଷ୍ଠ କରିବା ପାଇଁ ଯୋଜନା ।ଦି ଉପରେ ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଥିବା ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ତର୍ଗତ ସିଲାବସର ୪ଜଣ ଛାତ୍ରଛ୍ରାତୀଙ୍କୁ ଟ୍ୟାବ୍ ଦେଇ ପୁରସ୍କୃତ କରିବା ଓ ସିପିଏସ୍ସି ସିଲାବସ ଅନ୍ତର୍ଗତ ୧୧ଜଣ ୧୦ମ ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ୟାବ୍ ଦେଇ ପୃରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷକେତୁ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଂଜନ ଦଳାଇ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଡିଏସ୍ଓ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମ ଅଫିସର ପ୍ରଦ୍ୟୁମ୍ନ ପତି, ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯର୍୍ୟକ୍ରମକୁ ପରିଚାଳନା କରିଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ସେପ୍ଟମ୍ବର ମାସ ସୁଦ୍ଧା ରାଜ୍ୟର ପ୍ରାୟ ୧୧ଶହ ବିଦ୍ୟାଳୟକୁ ସ୍ମାର୍ଟ କ୍ଲାସରେ ପରିଣତ କରିବା ପାଇଁ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ନିଆଯାଇଛି । ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ଏହି ସ୍ମାର୍ଟ କ୍ଲାସ ପାଇଁ ପରିସରଭୁକ୍ତ କରାଯାଇଛି । ଏଥି ସହ ଏହି ବିଦ୍ୟାଳୟକୁ ଶ୍ରୀମନ୍ଦିର ପ୍ରଶାସକ କିଷନ କୁମାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏସବୁର ପ୍ରସ୍ତୁତି କେମିତି ଚାଲିଛି ସେ ସବୁର ଆଜି ପରିଦର୍ଶନ ତଥା ସମୀକ୍ଷା କରିବା ପାଇଁ ଗସ୍ତରେ ଆସିଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।


