ବିଭିନ୍ନ ସମସ୍ୟା ନେଇ ଯୁବ ବିଜେଡି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ଖଇରପୁଟ, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ଜନସାଧାରଣ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ବିଜେଡି ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଗତ ଚାରି ମାସ ଧରି ବ୍ଲକର ବହୁ ବୃଦ୍ଧ ଓ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଠିକ ସମୟରେ କିସ୍ତି ରାଶି ପାଉନଥିବାରୁ ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ।ଏହା ସହିତ ପୋଡାଘାଟ ଓ ମାଡ଼କାପାଦର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅନ୍ତର୍ଗତ ବସ୍ ଚଳାଚଳ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି। ମାଲକାନଗିରି ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀନିବାସ ମୁଦୁଲି ଙ୍କ ନେତୃତ୍ୱରେ ବିଭିନ୍ନ ବିଜେଡି ସମର୍ଥିତ ସରପଞ୍ଚ ଓ ସ୍ଥାନୀୟ ବିଜେଡି ଯୁବ ନେତା ଚିତ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଆଜି ବ୍ଲକ ରେ ବିଡ଼ିଓ ଙ୍କୁ ଦାବି ପତ୍ର ପାଇଁ ଆସିଥିଲେ କିନ୍ତୁ ବିଡ଼ିଓ ଉପସ୍ଥିତ ନଥିବା ରୁ ଏବିଡିଓ ଙ୍କୁ ଭେଟି ଦାବି ପତ୍ର ଦେଇଥିଲେ .ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଯୁବ ବିଜେଡି କର୍ମକର୍ତ୍ତାମାନେ ବିଡିଓଙ୍କୁ ଅନୁରୋଧ କରିଥିବା ବେଳେ, ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ମିଳିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ