ଜିଲ୍ଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ଛତ୍ରପୁର,(ଓ୍ବାଇଏନଏସ) : ଜିଲ୍ଲା  ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ସୁନୀଲ କୁମାର କେର୍କଟା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରଛନ୍ତି  । ଏହି ଅବସରରେ  ଛତ୍ରପୁର  ଶ୍ରମ ଅଧିକାରୀଣୀ ବର୍ଷାରାଣୀ ଜେନା , ବ୍ରହ୍ମପୁର ଶ୍ରମ ଅଧିକାରିଣୀ ଶୁଭଲକ୍ଷ୍ମୀ ବେହେରା, ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ ଅଧିକାରୀ ସୋମନାଥ ପାତ୍ର ଓ ପ୍ରଭାସିନୀ ସ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଅଂଚଳ ବୁଲି ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରିବ । ୧୪ ବର୍ଷରୁ କମ୍ ବୟସ ର ଶିଶୁଙ୍କୁ ଯେଉଁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ  l ସେହିଭଳି ୧୫ ରୁ ୧୮ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜନକୁ ମଧ୍ୟ ବାରଣ କରାଯାଇଛି l ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା କିମ୍ବା ୨ ବର୍ଷ ଯାଏଁ କାରାଦଣ୍ଡ ରେ ଦଣ୍ଡିତ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି l ଏପରିକି ଉଭୟ ଜେଲ ଦଣ୍ଡ ଓ ଜୋରିମାନା ମଧ୍ୟ ହୋଇପାରେ l ଏପରି ଭୂଲ ଦ୍ୱତୀୟ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେ l  ଶିଶୁ ଶ୍ରମିକ ସହାୟତା କେନ୍ଦ୍ର ୧୮୦୦-୩୪୫୬୭୦୩ଓ ଚାଇଲ୍ଡ ଲାଇନ ୧୦୯୮ନମ୍ବର କୁ ସୂଚନା  କରିବା ପାଇଁ ସଚେତନ  କରାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ