ଗଜପତିର ବିଭିନ୍ନ ସ୍ଥାନରେ ‘ଭୋଟର ହେବା ଦେଶ ଗଢିବା’ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ “ଭୋଟର ହେବା ଦେଶ ଗଢିବା” କାର୍ଯ୍ୟକ୍ରମ ଚାଲୁରହିଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଯୁବ ସମାଜକୁ ସଚେତନତା କରାଯାଉଥିବାର ଲକ୍ଷ୍ୟ କରାଯାଇଛି । ପାରଳାଖେମୁଣ୍ଡି ସହରର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଡେପୁଟି କଲେକ୍ଟର (ନିର୍ବାଚନ) ଅଚ୍ୟୁତାନନ୍ଦ ଜାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ଛାତ୍ରଛାତ୍ରୀଙ୍କୁ “ଭୋଟର ହେଲ୍ପଲାଇନ ଆପ” ଡାଉନଲୋଡ କରିବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହାସହ ଯୁବ ଭୋଟର ମାନେ ଯଥା ୧୮ବର୍ଷ ପୁର୍ତ୍ତି ହୋଇଗଲେ କିପରି ନାମ ପଞ୍ଜିକରଣ କରିବା ସମ୍ପର୍କେ ବୁଝାଇଥିଲେ । ସେହିପରି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ଠାରେ ଥିବା ମହାବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୋଟର ହେଲ୍ପଲାଇନ ଆପର ବ୍ୟବହାର ଏବଂ ପଞ୍ଜିକରଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।


