ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୬୭ ପଜିଟିଭ୍, ପାରଳାଖେମୁଣ୍ଡିରେ ସର୍ବାଧିକ ୪୯
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କରୋନାର କାୟା ବିସ୍ତାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ୬୭ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୨୭୨ରେ ପହଞ୍ôଚଛି । ଏହି ୬୭ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ସର୍ବାଧିକ ୪୯ଜଣ, ନୂଆଗଡ ବ୍ଲକରେ ୬ଜଣ, ଗୁମ୍ମା ବ୍ଲକରେ ୪ଜଣ, ଆନ୍ଧ୍ରରୁ ଆସିଥିବା ୩ଜଣ, ଗୋଷାଣୀ ବ୍ଲକରୁ ୨ଜଣ, ମୋହନା ବ୍ଲକରେ ଜଣେ ଏବଂ ଜିଲ୍ଲାର ଅନ୍ୟ ଦୁଇଜଣ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରୋ ସଂଘରୋଧ ଭାବେ ରହି ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।


