ପାରଳାରେ ବସନ୍ତ ବିହାର ୨ୟ ଲେନ କଣ୍ଟେନମେଣ୍ଟ ଜୋନ୍ ଘୋଷାଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନାର ଦ୍ୱିତୀୟ ଲହରୀ ଚଳିତ ମାସ ପ୍ରଥମାର୍ଦ୍ଧରୁ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ସାହି ବସ୍ତିରେ ଏହି ସଂଖ୍ୟା ବୃଦ୍ଧି ପାଉଛି । ସହରର ବସନ୍ତ ବିହାର ଅଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ଅଧିକ ଥିବାରୁ ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ୨ୟ ଲେନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ସହରର କଟକିଆ ସାହି, ବେବର୍ତ୍ତା ସାହି, ରାଜଦାଣ୍ଡ ସାହି, ମାର୍କେଟ ସାହି, ବାଟ ଗୌଡ ସାହି ଆଦି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷାଣ କରାଯିବା ସହ ସେଠାକୁ କୌଣସି ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ଏହି ଅଞ୍ଚଳ ଆସନ୍ତା ୭ଦିନ ଧରି କଣ୍ଟନମେଣ୍ଟ ଜୋନ୍ ଭାବେ ରହିବ ବୋଲି ଜଣାପଡିଛି । କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାଉଁଶ ବାଡ ତିଆରି କରି ଏହି ଅଞ୍ଚଳକୁ ଯାତାୟତରେ ବାରଣ ଲଗାଇଛି ପ୍ରଶାସନ । ଏହି ଅଞ୍ଚଳରେ ସମସ୍ତ ପରିବାରବର୍ଗଙ୍କ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷଣ ଯଥା ଥର୍ମାଲ ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ସମସ୍ତେ କୋଭିଡ୍‌-୧୯ ନିୟମ ମୁତାବକ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଥିବା ପାରଳା ପୌରାଧିକାରୀ ଅଶୋକ କୁମାର ରାଉତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ