ଗଜପତି ଜିଲ୍ଲା ବିଶ୍ୱକର୍ମା ସମିତି ସମ୍ପାଦକଙ୍କ ବିୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଗଜପତି ଜିଲ୍ଲା ସାଖାର ସମ୍ପାଦକ ରାମ ଚନ୍ଦ୍ର ମହାରଣାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଗତ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ହାଇଦରାବାଦ ସ୍ଥିତ ତାଙ୍କ ପୁଅ ଡା.ଦୀପକ ମହାରଣାଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ମହାରଣା ପାରଳା ଗଜପତି ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ସେ ଏକା ଧାରାରେ ଜଣେ ଛାତ୍ର ବତ୍ସଳ,ସମାଜସେବୀ ଏବଂ ମିଷ୍ଠଭାଷୀ ଥିଲେ । ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ପୂର୍ବତନ ନଗରପାଳ ପି.କ୍ରିଷ୍ଣା,ନୃସିଂହ ଚରଣ ପଟ୍ଟନାୟକ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଯଥା,ଗରୁଡ ଧ୍ୱଜ ଚୌଧୁରୀ,ତାରାଣୀ ପ୍ରସାଦ ପଣ୍ଡା,ଗଣେଶ ରାଜୁ,ରଶ୍ମୀରଞ୍ଜନ ମିଶ୍ର,ଶିଶିର କୁମାର ଗୌଡ,ଦ୍ୱିଜେନ ପାଢି,ଜଗଦୀଶ ପଣ୍ଡା,ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନାକରି ବିଶ୍ୱକର୍ମା ସମିତିର ରାଜ୍ୟ ସମ୍ପାଦକ ମନୋରଞ୍ଜନ ମହାରଣା ଏକ ଶୋକ ବାତ୍ତା ଦେଇଛନ୍ତି । ସ୍ୱର୍ଗତ ମହାରଣାଙ୍କ ପରଲୋକ ବେଳେ ହାଇଦ୍ରାବାଦ ଠାରେ ତାଙ୍କ ସାନ ଭାଇ ପୁର୍ବତନ ଅଧୀକ୍ଷଣ ଯନ୍ତ୍ରୀ ସିମାଞ୍ଚଳ ମହାରଣା ଉପସ୍ଥିତ ଥିଲେ ।


