ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦେହାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ୫୫ବର୍ଷ ବୟସରେ ଦେହାନ୍ତ ଘଟିଛି । ପୂର୍ବରୁ ତାଙ୍କର ହୃଦ୍‌ଘାତ ଜନିତ ସମସ୍ୟା ରହିଥିଲା । ସେଥିପାଇଁ ତାଙ୍କର ଅସ୍ତ୍ରପ୍ରଚାର ମଧ୍ୟ କରାଯାଇଥିଲା । ଗତ ରବିବାର ଦିନ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ସ୍ଥିତ “ଅଶ୍ୱିନୀ” ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ସମୟରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବାକୁ ନେଇ ଚାପାଗୁଞ୍ଜରଣ ସୃଷ୍ଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇନାହିଁ । ସେ ଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ତାଙ୍କ ବିୟୋଗରେ ଜିଲ୍ଲାପାଳ ଅନୁପମ ସାହା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଚ୍ୟୁତାନନ୍ଦ ବସ୍ତିଆ, ସୁଚିତ୍ରା ଭୂୟାଁ, ପ୍ରଦୀପ ରଥ, ସାଇବାଣୀ ବେହେରା, ଦୁହିତା ଦଣ୍ଡସେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ସାମ୍ବାଦିକ ଗୌରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ୍ଦ୍ରନାଥ ପାଢୀ, ଦେବାଶିଷ ପାଢୀ, ପ୍ରଦୀପ ନାୟକ, ପୂପେଶ ସାହୁ, ରଶ୍ମିରଂଜନ ମିଶ୍ର, ବସନ୍ତ କୁମାର ପଣ୍ଡା, ଶିଶିର କୁମାର ଗୌଡ, ଆଦର୍ଶ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ବାସୁଦେବ ଦାସ, ସୁଜିତ ବିଷୋୟୀ, କୃଷ୍ଣ ମୋହନ ପଟ୍ଟନାୟକ, କୃଷ୍ଣ କୁମାର ବେହେରା, ଦଗଦୀଶ ପଣ୍ଡା, ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ