ଗଜପତି : ବଜ୍ରାଘାତ ନେଲା ୨ ଜୀବନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗତକାଲି କାଳବୈଷାଖୀ ପ୍ରଭାବରେ ବଜ୍ରାଘାତ ହୋଇ ୨ଜଣ ଜୀବନ ହରାଇଥିବାର ଜଣାଯାଇଛି । ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ରଥଦାଣ୍ଡ ଗ୍ରାମର ବେର୍ନିକା ରଇତ(୨୮) ନିଜ ଗ୍ରାମ ନିକଟରେ ଥିବା ଜଙ୍ଗଲ (ବଗଡ)କୁ କାଜୁ ସଂଗ୍ରହ କରିବାପାଇଁ ପରିବାର ସହ ଯାଇଥିଲେ କାଜୁ ସଂଗ୍ରହ କରି ଅପରାହ୍ନ ୨ଘଣ୍ଟାରେ ଘରକୁ ଫେରିବା ବେଳେ ଅଧା ବାଟରେ କାଳବୈଷାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ବଜ୍ରାଘାତ ମାରିଥିଲା । ବଜ୍ରାଘାତର ଆଘାତରେ ତାଙ୍କ ଶରୀରର ଅର୍ଦ୍ଧଧିକ ଅଂଶ ପୋଡିଯାଇଥିଲା । ସେ ଅଚେତ ହୋଇ ପଡିଯିବାର ଦେଖି ବେର୍ନିକାଙ୍କ ସ୍ୱାମୀ ଦୁତିଆ ରଇତ ଗ୍ରାମକୁ ଦୌଡି ଯାଇ ଗ୍ରାମବାସୀଙ୍କୁ ଡାକି ଆଣି ଦୋଳାରେ ନେବା ସମୟରେ ଅଧା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେହିପରି ରାୟଗଡ ବ୍ଲକ ଅନ୍ତର୍ଗତ କଲମସିଂ ଗ୍ରାମ ଠାରେ ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କଲମସିଂ ଗ୍ରାମର ପ୍ରକାଶ ଶବର (୪୦) ଆଜି ଅପରାହ୍ନ ସମୟରେ ସ୍ନାନ ଶୌଚ ନିମନ୍ତେ ତାଙ୍କ ଘର ନିକଟସ୍ଥ ଏକ ଖୋଲା ସ୍ଥାନକୁ ଯାଇଥିବା ବେଳେ କାଳବୈଷାଖୀ ପ୍ରଭାବରେ ହଠାତ କଳାବାଦଲ ମାଡି ଆସିଥିଲା ଏବଂ ବ୍ରଜାଘାତ ଘଟିଥିଲା । ଏହି ସମୟରେ ରାଗସ କୌଣସି ମତେ ସେଠାରୁ ନିଜ ଘରକୁ ଫେରିବାପାଇଁ ଉଦ୍ଦ୍ୟମ କରିଥିଲେ ମଧ୍ୟ ବଜ୍ରାଘାତର ଶୀକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ଗ୍ରାମବାସୀ ତୁରନ୍ତ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ପାରଳାଖେମୁଣ୍ଡି ପୋଲିସ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ