ଗଜପତିରେ ଅଗ୍ନିଶମ ସେବା ସପ୍ତାହ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳନ ଗତକାଲି ଠାରୁ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ଅଗ୍ନିଶମ ଅଧିକାରୀ ଏସ୍‌.କେ. ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ପାରଳା ସହରରେ ସାଧାରଣଙ୍କ ସଚେତନ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଏକ ର‌୍ୟାଲି ବାହାରିଥିଲା । ବେତାଗୁଡା ଠାରେ ଥିବା ଅଗ୍ନିଶମ ବିଭାଗ ଠାରୁ ସମସ୍ତ ଅଗ୍ନିଶମ ବିଭାଗ ଗାଡି ଗୁଡିକ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଶୋଭାଯାତ୍ରାରେ ବାହାରି ନୂଆବସ୍‌ଷ୍ଟାଣ୍ଡ, ରାମନଗର, ମୁଖ୍ୟବଜାର, କଲେଜ ଛକ, ଫରେଷ୍ଟ ଛକ, ମେଡିକାଲ ଛକ, ବଡଦାଣ୍ଡ, କୋର୍ଟ ଛକ ଆଦି ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ୧୪ଏପ୍ରିଲରୁ ଆରମ୍ଭ ହୋଇ ୨୦ଏପ୍ରିଲ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଚାଲିବ । ଏହି ସପ୍ତାହ ବ୍ୟାପୀ ବିଭିନ୍ନ ଅନୁଷ୍ଠାନ, ଛକ ଓ ଗଳି ଆଦିରେ ବିପର୍ଯ୍ୟୟର ପୂର୍ବ ସତର୍କତା ଅବଲମ୍ବନ ଓ ଏହାର ମୁକାବିଲା କରିବା ପାଇଁ ମକଡ୍ରୀଲ ଓ ସଚେତନା ସୃଷ୍ଟି କରାଯିବା କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ