ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ସମଗ୍ର ବନ୍ତ ବ୍ଲକ୍ ଚଳଚଞ୍ଚଳ ହୋଇଉଠିଥିଲା ବେଳେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବନ୍ତ ବ୍ଲକ୍ ସଦରମହକୁମାର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା ଙ୍କର ଆଶିଷ ଲାଭ କରିଥିଲେ । ଏହି ଅବସରରେ ବନ୍ତ ଥାନାଛକ, କେନ୍ଦୁଆପଦା ଛକ ଓ ତରାପୁରସ୍ଥିତ ମା ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଥାନାଛକ ପୂଜା କମିଟିର ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନୃସିଂହ ଚରଣ ପରିଡା, ସଭ୍ୟ ପଞ୍ଚାନନ ନାୟକ, ସେକ୍ ସକତ୍ ଅଲ୍ଲୀ, କେନ୍ଦୁଆପଦା ଛକ ପୂଜା କମିଟିର ସମ୍ପାଦକ ଅକ୍ଷୟ ସାହୁ, ପରାମର୍ଶଦାତା ରଘୁନାଥ ରଣା, ସେକ୍ ଅଜ୍ଗର୍ ଅଲ୍ଲୀଙ୍କ ସହ ପୂଜା କମିଟି ସଭ୍ୟମାନେ ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରାକ୍ତନ ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ, ଯୁବ କଂଗ୍ରେସ ନେତା ଜ୍ୟୋତି ରଞ୍ଜନ ନାୟକ, ଟିଲୋ ପଞ୍ଚାୟତ କଂଗ୍ରେସ ସଭାପତି ଇଂ ସୁଧାଂଶୁ ଶେଖର ନାୟକ, ସେକ୍ ସାବିର୍, ସେକ୍ ଅନିସୁର୍, ସେକ୍ ସକାୱାତ୍, ଆକବର୍ ଅଲ୍ଲୀ, ସୁକାନ୍ତ ପଡିହାରୀ, ସନାତନ ଜେନା, ସେକ୍ ରହେବର୍ ଅଲ୍ଲୀ, ସୁଧାଂଶୁ ଶେଖର ସେଠୀ, ସାଦ୍ଦ ସିଦ୍ଦିକ୍, ଯୁବନେତା ବସନ୍ତ ସ୍ୱାଇଁ, ସୟଦ ମଇଫୁଜ୍, ସୟଦ ଲାଲାଙ୍କ ସହ ବିଭିନ୍ନ ପଞ୍ଚାୟତର ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।


