ଗଞ୍ଜାମ ଜିଲାପାଳଙ୍କ ଦିଗପହଣ୍ଡି ଗସ୍ତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୋମବାର ଅପରାହ୍ନ ପ୍ରାୟ ୩ ଟା ରେ ଦିଗପହଣ୍ଡି ରେ ପହଞ୍ଚି ୨ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିନିଂ ମିଲ୍ ଏବଂ କପା ମଣ୍ଡି ପରିଦର୍ଶନ କରିବା ସହ ଚାଷୀ ଙ୍କ ଠାରୁ କପା କ୍ରୟ ବିକ୍ରୟ ପୂର୍ବରୁ ବିଭାଗୀୟ ସମୀକ୍ଷା କରିଥିଲେ। ଚାଷୀଙ୍କ ଠାରୁ କପା କ୍ରୟ କରାଯିବା ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ଙ୍କ ସହ ସେ ସବିଶେଷ ଆଲୋଚନା କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଚାଷୀ ଙ୍କ ଠାରୁ ନିର୍ଦ୍ଧାରିତ ଦର ରେ କପା କ୍ରୟ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଲାପାଳ ଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ,ବ୍ରହ୍ମପୁର ଉପ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଆର୍ ଏମ୍ ସି ସମ୍ପାଦକ ଅରୁଣ କୁମାର ମିଶ୍ର ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।


