ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀ ଗଣ ବିନାନୁମତିରେ ଜିଲ୍ଲା ବାହାରକୁ  ଯାତାୟତ କରିପାରିବେ ନାହିଁ 

 ଛତ୍ରପୁର,(ଦେବଦତ୍ତ ମହାରଣା): ଜନ ସାଧାରଣଙ୍କୁ ସେବା ଯୋଗାଇ ଦେଉଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ଯୋଗୁଁ ସାଧାରଣ ଜନତା ଯେପରି କରୋନା ସଂକ୍ରମଣରୁ ସଂକ୍ରମିତ ହେବେ ନାହିଁ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଣାଇଛନ୍ତି  । ଅଧିକାରୀ ଓ କର୍ମଚାରୀ ମାନେ ନିଜ ହେଡ୍ କ୍ବାର୍ଟର ଛାଡି ବାହାରକୁ ଯିବାପାଇଁ ବାରଣ କରାଯାଇଛି  । କାର୍ଯ୍ୟାଳୟ କାର୍ଯ୍ୟ ସଂପାଦନା ନିମନ୍ତେ ଯଦି ଜରୁରୀ ପଡେ ତେବେ ନିଜ କାର୍ଯ୍ୟାଳୟ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଅନୁମତି ଗ୍ରହଣ କରି କଟକ / ଭୁବନେଶ୍ବର ଯାଇ ପାରିବେ  । କୈଣସି କାରଣ ନ ଥାଇ କଟକ / ଭୁବନେଶ୍ବରକୁ ଜିଲ୍ଲାର କେତେକ କର୍ମଚାରୀ ଓ ଅଧିକାରୀ ଯିବା ଆସିବା କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି  । ସମସ୍ତଙ୍କର ଆହରହ ଅକ୍ଳାନ୍ତ ପରିଶ୍ରମ ଫଳରେ ଗଞ୍ଜାମ ଜିଲ୍ଲାକୁ ସଂକ୍ରମଣମୁକ୍ତ କରିବା ନେଇ ପ୍ରୟାସ ଜାରି ରହିଛି  ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି  । ଅନ୍ୟାନ୍ୟ ସହର ଓ ଅନ୍ୟ ରାଜ୍ୟର ସ୍ଥିତି ଭଲ ଅବସ୍ଥାରେ ନାହିଁ  । ଅନ୍ୟ ସହର ଓ ରାଜ୍ୟକୁ ଯାତାୟତ କରିବା ଫଳରେ ନିଜେ ସଂକ୍ରମିତ ହୋଇ ଜିଲ୍ଲାବାସୀଙ୍କୁ ସଂକ୍ରମିତ ନ କରିବା ପାଇଁ ଜିଲ୍ଲାପାଳ ଜଣାଇଛନ୍ତି  । ସଂକ୍ରମଣ ବ୍ୟାପୀବାର ସମ୍ଭାବନା ରହିଥିବା ହେତୁ ଏବଂ ପୂର୍ବଭଳି ଅପ୍ରିତିକର ସ୍ଥିତିକୁ ଏଡାଇବା ସକାଶେ ଲିଖିତ ପତ୍ର ମାଧ୍ୟମରେ ସମସ୍ତ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି  । ଏହି ଆଦେଶ ଅବମାନନା କରାଗଲେ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଉତ୍ତରଦାୟୀ ରହିବେ  ଏବଂ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ