ଗଞ୍ଜାମ ଜିଲ୍ଲା ବାସୀଙ୍କ ସାହା ଭରସା ‘ସହାୟ’ ଆପ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବାସୀଙ୍କ ସାହା ଭରସା ହେଉଛି ବିଜେପି ର ସହାୟ ଆପ । କରୋନା ମହାମାରୀ ସମୟରେ ଗଞ୍ଜାମ ବାସୀଙ୍କୁ ଉତ୍ତମ ସେବା ଯୋଗାଇବା ନିମନ୍ତେ ଗଞ୍ଜାମ ବିଜେପି ଦ୍ୱାରା ପରିଚାଳିତ ସହାୟ ଆପ ମାଧ୍ୟମରେ ଲାଞ୍ଜିପଲ୍ଲୀ ର ଲୀଳାବତୀ ଦାସ ନାମକ ଜଣେ ମହିଳା କରୋନା ରୁ ସୁସ୍ଥ ହେବା ପରେ ନିଜ ଘରକୁ ସହାୟ ଆମ୍ବୁଲାନ୍ସ ଯୋଗେ  ଫେରିଛନ୍ତି । ସୂଚନାଯୋଗ୍ୟ ଯେ ସକାଳୁ ଏହି ବ୍ୟକ୍ତି ଜଣକ ଘରକୁ ଫେରିବା ନିମନ୍ତେ ସରକାରୀ ଆମ୍ବୁଲାନ୍ସ ର ସହାୟତା ଲୋଡ଼ିଥିଲେ । କିନ୍ତୁ ସେ ସୁବିଧା ନ ପାଇବା ଯୋଗୁଁ ସହାୟ ଆପ ର ସାହାଯ୍ୟ ଲୋଡ଼ିଥିଲେ । ତୁରନ୍ତ ସହାୟ ଆପ ର ଆମ୍ବୁଲାନ୍ସ ଟିମ ର ଫାର୍ମାସିଷ୍ଟ ଆଲୋକ ଶତପଥି ଏବଂ ସିଦ୍ଧାର୍ଥ ଶଙ୍କର ପଣ୍ଡା ସହ ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଶିବଶଙ୍କର ନାୟକ,ଶ୍ରୀମତୀ ସୁବାସିନୀ ପଟ୍ଟନାୟକ, ମାନସ ରଞ୍ଜନ ଜେନା, ପି ରାଜେନ୍ଦ୍ର କୁମାର,ସୁମିତ ପାତ୍ର,କମଳ କୁମାର ପଣ୍ଡିତ, ଅଜୟ ପାତ୍ର, ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଘରେ ପହଞ୍ଚାଇ ଥିଲେ ।ଏହି ସବୁ କଥାକୁ ରାଜୀବ ମିଶ୍ର ଙ୍କ ସହ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର ସାହାଯ୍ୟ କରିଥିଲେ, ଗଞ୍ଜାମ ଜିଲ୍ଲା କରୋନା ମୁକ୍ତ ହେବା ପର୍ଯ୍ୟନ୍ତ ଏହି ସେବା ଜିଲ୍ଲା ବାସୀ ଙ୍କୁ ଯୋଗାଇ ଦିଆଯିବ ବୋଲି ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ