ପଞ୍ଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପକ୍ଷରୁ ଗୁରୁବାର କୁରୁବୁଲି ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଜନିତ ସମସ୍ତ କ୍ଷେତ୍ରରେ ସହଯୋଗ କରି ଆସୁଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସରପଞ୍ଚ ରାଧାକାନ୍ତ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ , ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ପଞ୍ଚାୟତ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ନୀଳମାଧବ ପରମଗୁରୁ , ଅଶେଷ ନାଥ ମିଶ୍ର , , ଗୋପାଳକୃଷ୍ଣ ମଲ୍ଲିକ , କିରଣ କୁମାର ବେହେରା , ସଞ୍ଜୀବ କୁମାର ପାତ୍ର , ନୃସିଂହ ବେହେରା ଙ୍କ ସମେତ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ଫାର୍ମାସିଷ୍ଟ ,ଶିକ୍ଷୟତ୍ରୀ , ଶିକ୍ଷକ , କର୍ମଚାରୀ ,କୋଭିଡ ମନିଟର ,ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିିତି ସଭ୍ୟା ଗାୟତ୍ରୀ ମହାଙ୍କୁଡ , କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା , ଗ୍ରାମ ରୋଜଗାର ସେବକ ରବିନ୍ଦ୍ର ମହାଙ୍କୁଡ , କୋଭିଡ ମନିଟର ମୁଖ୍ୟ ଲକ୍ଷ୍ମୀ ନାରାୟଣ ପୂଜାରୀ , କେ. ନରସିଂହ ପାତ୍ର , ଗୁରୁପ୍ରସାଦ ଦିକ୍ଷୀତ ,କେ. କଟେସୁ ଆଚାରୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


