ଗଞ୍ଜାମ ଜିଲ୍ଲା ସ୍ୱାବଲମ୍ବୀ କାରିଗର ସଂଘ ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଗ୍ରାମ ପଞ୍ଚାୟତ ସ୍ଥରରେବିଶୁଦ୍ଧ ପାନୀୟଜଳ ଯୋଗାଣ ଦାୟିତ୍ୱରେ କାର୍ଯ୍ୟ କରିଆସୁଥିବା ଏସ ଇ ଏମ୍ ପଦ ଉଚ୍ଛେଦ ସହ ସ୍ୱାବଲମ୍ବୀ କାରିଗର ମାନଙ୍କୁ ଜଳ ଜୀବନ ମିଶନ କର୍ମଚାରୀର ମାନ୍ୟତା ମିଳିଛି । ଦୀର୍ଘ ୪ ମାସ ର ଆନ୍ଧୋଳନ ପରେ ରାଜ୍ୟ ସରକାର ଏହି ଘୋଷଣା କରିଥିବାରୁ ସଂଘ ପକ୍ଷରୁ ଉତ୍ସାହ ପରିଲକ୍ଷିତ ହୋଇଛି । ୮ ଦଫା ଦାବିରୁ କିଛି ଦାବୀ ପୂରଣ ହୋଇଥିବାରୁ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ମର୍ମରେ ଆଜି ସ୍ୱାବଲମ୍ବୀ କାରିଗର ସ୍ୱାବଲମ୍ବୀ କାରିଗର ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ର ବୈଠକ ଖଲିଙ୍ଗି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ଚନ୍ଦ୍ର ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହର୍ଷ ରାଉତ ସଭା ସଂଯୋଜନା କରିଥିଲେ । ଉପଦେଷ୍ଟା ପ୍ରଭାତ କୁମାର ସାହୁ ଉପସଭାପତି ଅରକ୍ଷିତ ବାରିକ ସମ୍ପାଦକ ସୁରେନ୍ଦ୍ର ନାଥ ପାତ୍ର କୋଷାଧ୍ୟକ୍ଷ ଏସ ସନ୍ତୋଷ କୁମାର ରେଡ଼ି ସ୍ଥାନୀୟସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପଦକ୍ଷେପ କୁ ସ୍ଵାଗତ ଜଣାଇଥିଲେ । ସ୍ୱାବଲମ୍ବୀ କାରିଗର ମାନଙ୍କ ସମସ୍ୟା ସମାଧାନ ସମ୍ପର୍କ ରେ ଆଲୋକପାତ କରିଥିଲେ । ବୈଠକ ରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ୩୦୦ରୁ ଉର୍ଦ୍ଧ୍ବ କାରିଗର ବିଭିନ୍ନ ପ୍ରସ୍ତାବ ସମ୍ପର୍କ ରେ ଆଲୋଚନା କରିଥିଲେ ।


