ଗ୍ରାସୀମ ଇଣ୍ଡଷ୍ଟ୍ରି ପକ୍ଷରୁ ଗୁରୁଦିବସ ପାଳିତ
ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରଥମ ଗୁରୁ ଦିବସ ସି.ଏସ.ଆର ମୁଖ୍ୟ ରବିନ୍ଦ୍ର ମହାନ୍ତିଙ୍କ ପୌରହିତରେ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପ ଗଞ୍ଜାମ ବି.ଇ.ଓ ମୁକେଶ ଚନ୍ଦ୍ର ଘଡେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ କର୍ମିସିଆଲ ମୁଖ୍ୟ ବିକାଶ ମହେଶ୍ୱର ଓ ମୁଖ୍ୟ ବକ୍ତା ଭାବେ ଏଚ.ଆର. ମୁଖ୍ୟ କେ.ଡି . ଗେନିରିୱାଲ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏ.ବି.ଇଓ ବିଜୟ କୁମାର ବେହେରା, ଜୟଶ୍ରୀ କେମିକାଲସ ସ୍କୁଲର ଭାରାପ୍ରାପ୍ତ ଅଧ୍ୟକ୍ଷ ଉଷା ରାଣୀ ପାତ୍ର, ଯୋଗଦେଇ ଗୁରୁଦିବସ ପାଳନର ଉଦେ୍ଧଶ୍ୟ, ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ସି.ଏସ.ଆର ଅଧିକାରୀ ଶୁଶାନ୍ତ କୁମାର ଦାସଙ୍କ ସଂଯୋଜନାରେ ଗଂଜାମ ଏନ.ଏ.ସି ଓ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୭୦ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା ।


