ଗଞ୍ଜାମ ମହାବିଦ୍ୟାଳୟ ସମ୍ମୁଖରେ ଅନୁଦାନ ସତ୍ୟାଗ୍ରହ

ଗଂଜାମ, (ବିନୋଦ ପଲାଇ) :-ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନକ୍ରମେ ଆଜି ଗଞ୍ଜାମ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଧିକାର ଯାତ୍ରା ୦୩ର ୯୫ ଦିବସରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ସତ୍ୟାଗ୍ରହ ଓଏସଏନଏଲଇଏର ଗଞ୍ଜାମ ଜିଲ୍ଲା ସଂଯୋଜକ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ କରାଯାଇଥିଲା ।
ସୂଚନାମତେ ୨୦୦୮ ମସିହା ପରେ ପରିଚାଳନା ସମିତି ଦ୍ୱାର ନିଯୁକ୍ତି ପାଇଥିବା ରାଜ୍ୟର ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବି ନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଉଦ୍ଦେଶ୍ୟରେ ଏହି ଅନୁଦାନ ସତ୍ୟାଗ୍ରହ କରାଯାଇଥିଲା ।ଆଜକୁ ଦୀର୍ଘ ୯୫ ବର୍ଷ ଧରି ବିଧାନସଭା ସମ୍ମୁଖରେ ସଂଘ ତରଫରୁ ଅହରାତ୍ର ଧାରଣା ଚାଲିଥିଲେ ମଧ୍ୟ ସରକାର ଦାବି ପୂରଣ ନକରିବା ଯୋଗୁଁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଏହି ଅନୁଦାନ ସତ୍ୟାଗ୍ରହ ଚାଲିଅଛି ।ମହାବିଦ୍ୟାଳୟ ର ଫାଟକ ସମ୍ମୁଖରେ ସ୍ଲୋଗାନ ଦେଇ କର୍ମଚାରୀମାନେ ପ୍ରତିବାଦ ଜଣାଇଥିଲେ ।ଏଥିରେ ସଂଘର ଅନ୍ୟ ସଦସ୍ୟମାନେ ରଘୁନାଥ ରେଡ଼ି, ଅଜୟ ବାରିକି, ଆଦିତ୍ୟ ମହାପାତ୍ର, ମଧୁସୂଦନ ମହାପାତ୍ର,ସ୍ୱାଗତିକା ପ୍ରଧାନ, ନମିତା ସାହୁ, ଅଜିତ ନାୟକ, ପ୍ରବୀର ପାଢ଼ୀ, ସୁଶାନ୍ତ ଆଚାରୀ, କୃଷ୍ଣ ନାୟକ, ଚକ୍ରପାଣି ରେଡ଼ି, ମହେଶ୍ୱର ଭୁବୁନି ରେଡ଼ି, ଡ଼ି. ମହେଶ୍ୱର ରମେଶ ବେହେରା,ଶିବରାମ ବେହେରା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ