ସୋନିଆ ଗାନ୍ଧୀଙ୍କୁ ଇଡିର ସମନକୁ ନେଇ ଜିଲା କଂଗ୍ରେସର ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଜେରା ପାଇଁ ସମନ ଜାରି କରିବାକୁ ନେଇ ପ୍ରତିବାଦର ସ୍ୱର ଉଠାଇଛି କଂଗ୍ରେସ । ପିସିସି ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ କର୍ମୀ ଓ ସମର୍ଥକମାନେ ସ୍ଥାନୀୟ ଟେକ୍ନିକାଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଭାପତି ଶ୍ରୀ ଗିରି ଅଧ୍ୟକ୍ଷତା କରିବା ସହ କେନ୍ଦ୍ରର ମୋଦି ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ଇଡିକୁ ହାତ ବାରିସି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା କାରଣରେ କଂଗ୍ରେସ ରାଷ୍ଟ୍ରୀୟ ନେତାଙ୍କ ଉପରେ ପ୍ରତିଶୋଧ ନେଉଥିବା ସେ ଆରୋପ କହିଥିଲେ । ପୂର୍ବରୁ ଏଆଇସିସି ସାମ୍ପାଦକ ରାହୁଳ ଗାନ୍ଧୀଙ୍କୁ ଜେରା କରିବା ପରେ ଏବେ ରଷ୍ଟ୍ରୀୟ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପାଇଁ ଇଡି ପକ୍ଷରୁ ସମନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଗିରି କହିଥିଲେ । ରାହୁଳ ଗାନ୍ଧୀଙ୍କୁ ୫ ଦିନ ଧରି ଇଡି କରିଥିବା ଜେରାର ଭିଡିଓ ପ୍ରଥମେ ସାର୍ବଜନୀନ କରାଯାଉ ବୋଲି ସେ ଦାବି କରିଥିଲେ । ଉତ୍କଟ ବୋକରୀ, ଆକାଶଛୁଆଁ ଦରବୃଦ୍ଧିରେ ଦେଶବାସୀ ନୟାନ୍ତ ହୋଇ ଚାଲିଥିବା ବେଳେ ମୋଦି ସରକାରଙ୍କର ଏହି ନୀତି ଆଗାମୀ ଦିନରେ ଆଉ ଏକ ଜନଆନ୍ଦୋଳନକୁ ଆମନ୍ତ୍ରଣ କରିଛି ବୋଲି ସେ ଚେତାବନୀ ଦେଇଥିଲେ । ନିବ ନିର୍ବାଚିତ ରାଷ୍ଟ୍ରପତି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ ପୂର୍ବକ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶ୍ରୀ ଗିରି କହିଥିଲେ । ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ବିଜନ ନାୟକ, ପ୍ରଜ୍ଞା ପାରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ବାସନ୍ତି ସାମଲ, ବିକାଶ ଦାସ, ଅରୁଣ ଜେନା, ସତ୍ୟଶିବ ଦାସ, ରଞ୍ଜନ ଦାସ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାରଙ୍କ ପ୍ରତିହିଂସା ପରାୟଣ ନୀତିକୁ ଦୃଢ଼ ପ୍ରତିବାଦ କରିଥିଲେ । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଗୋପୀନାଥ ପାଢ଼ୀ, ଗୌତମ ସାହୁ, କମରୋଲ ଅଲି ଖାଁ, ସୁରେଶ ବେହେରା, ମନୋରଞ୍ଜନ ପଣ୍ଡା, ଉପେନ୍ଦ୍ର ବେହେରା, ଦେବଦତ୍ତ ଦାସ, ସୌରଭ ବେହେରା, ଜୀବନ ମହାପାତ୍ର, ବାସନ୍ତୀ ସାମଲ, ନବପ୍ରସାଦ ଭୂୟାଁ, ପ୍ରିୟଙ୍କା ମିସ୍ତ୍ରୀ, ଜୀବନ ବାରିକ, ବିଦ୍ୟାଧର ମହାନ୍ତି, ଜୟନ୍ତୀ ନାୟକଙ୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ