ଗଞ୍ଜାମ ରେଳଷ୍ଟେସନରେ ରେଳରୋକ : ଅଟକାଇଲେ ହିରାଖଣ୍ଡ ଏକ୍ସପ୍ରେସ

ଗଞ୍ଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ରେଳଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଏବଂ କୋଭିଡ଼ି ପରେ ଦ୍ରୁତଗ୍ରାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ନ ରହିବା ପ୍ରତିବାଦରେ ଓ ରହଣି ଦାବିରେ ଦାବୀରେ ଆଜି ରେଳରୋକ ଆନ୍ଦୋଳନ କରିଛନ୍ତି I  ଗଞ୍ଜାମ ଏନଏସି ଓ ବ୍ଲକ ଅଞ୍ଚକ ବାସୀଙ୍କ । ସକାଳୁ ଭୋରସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସକୁ ଅଟକ ରଖିବା ସହ ରେଳ ଧାରଣାରେ ବସିରହିଥିଲେ । କୋଭିଡ଼ି କଟକଣା ଯୋଗୁଁ ସମସ୍ତ ଟ୍ରେନ ଯାତାୟାତ ବାତିଲ କରିଥିଲେ ସରକାର । ପରବର୍ତ୍ତୀ ସମୟରେ କଟକଣା ହଟି ଟ୍ରେନ ଯାତାୟାତ ଆରମ୍ଭ ହେଇଥିବା ବେଳେ ,ମାତ୍ର ପରିତାପର ବିଷୟ ଗଂଜାମ ରେଳଷ୍ଟେନ୍ସ ଠାରେ ଦୀର୍ଘବହୁ ବର୍ଷ ଧରି ରହି ଆସୁଥିବା ହିରାଖଣ୍ଡ {୧୮୪୪7(up) &୧୮୪୪୮(DOWN)} ଓ ତିରୁପତି {୧୭୪୭୯(UP)&୧୭୪୮୦(DOWN)} ଏକ୍ସପ୍ରେସ ଅନ୍ୟ ଷ୍ଟେସନ ମାନଙ୍କ ରେ ରହୁଥିବା ବେଳେ ଗଂହାମ ଷ୍ଟେସନରେ ନ ରହିବା ଫଳରେ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଯାହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଅଞ୍ଚଳବାସୀ । ଏହାର ପ୍ରତିବାଦରେ ଆଜି ରେଳରୋକ କରିଥିଲେ। ପରିସ୍ଥିତି ଉତେଜନା ଆଡକୁ ଗତି କରୁଥିବା ଦେଖି ପୁର୍ବତନ ରେଳପଥ ଖୋର୍ଦ୍ଧାରୋଡର ବରିଷ୍ଠ ଜେନରାଲ ମ୍ୟାନେଜର ଜି.ସି.ନାୟକ ଆନ୍ଦୋଳନ ସ୍ଥଳକୁ ଆସି ଆଲୋଚନା କରିଥିଲେ। ପରେ ଦାବିଗୁଡିକ ଯଥାର୍ଥ ବୋଲି କହିବା ସହ ଜୁନଶେଷ ମାସ ସୁଦ୍ଧା ପୂର୍ବପରି ଟ୍ରେନ ରହିବ ବୋଲି ଲିଖିତ ଭାବେ ଜଣାଇଥିଲେ । ପରେ ରେଳ ରୋକ ପ୍ରତ୍ୟାହାର ହୋଇଥିଲା । ଏହି ଆଲୋଚନାରେ ଜିଆରପି-ଏସଡିଆରପିଓ -ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ଜିଆରପି ଆଇଆଇସି -ଜ୍ୟୋତିରଞ୍ଜନ ନାୟକ,ଆରପିଏଫ-ଆଇଆଇସି-ଡି.ସି.ନାୟକ, ଛତ୍ରପୁର ଆଇଆଇସି ସତ୍ୟରଞ୍ଜନ ପ୍ରଧାନ,ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ରେଳବାଇ.ସିସିଆଇ-ମୋହନ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ , ଆନ୍ଦୋଳନରେ ପୁର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ ଓ ସକ୍ଷମର ସଭାପତି ବସନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ମହିଳା ସ୍ୱେଚ୍ଛାସେବୀ ମଞ୍ଜୁଲତା ମହାନ୍ତି, sudatsna ମହାନ୍ତି, ପୁର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀଚରଣ ପାଢ଼ୀ, ପୁର୍ବତନ ସରପଞ୍ଚ ସାମା ରେଡ୍ଡୀ, ବରିଷ୍ଠନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଉପଦେଷ୍ଟା ଇଂ ଵିନୋଦ ଚନ୍ଦ୍ର ପାଢ଼ୀ, ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ପଣ୍ଡା , ବ୍ରଜସୁନ୍ଦର ପାଢ଼ୀ,ମୋଚିରାମ ରଣା, ଵିନୋଦ ଚନ୍ଦ୍ର ମହାପାତ୍ର, ଗୋପୀନାଥ ଶତପଥୀ, ବରିଷ୍ଠ କାଉନସିଲର କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା,ବିଜେପି ନେତା ସୁଦାମ ଜେନା, ରଞ୍ଜନ ବେହେରା, ପୁର୍ବତନ ସରପଞ୍ଚ ସାମାରେଡ୍ଡୀ, ପୂର୍ବତନ ଉପାଧ୍ୟକ୍ଷ ଭାଗ୍ୟରେଡ୍ଡୀ, ସନ୍ତୋଷକୁମାର ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବରିଷ୍ଠ ନାଗରିକ, ପୂର୍ଣ୍ଣଚନ୍ଦ୍ରଦାସ,କୃଷ୍ଣମହାରଣା ବଡ଼ବାଜ଼ାର ବ୍ୟବସାୟୀ ସଂଘ ସଭାପତି ଗୌରୀଶଙ୍କର ବାରିକ, ସାନବାଜ଼ାର ବ୍ୟବସାୟୀ ସଙ୍ଘ ସମ୍ପାଦକ ପ୍ରଭାତ ସାହୁ,ଅଖିଳ ତରାଇ, ପ୍ରଭାତ ବିଶ୍ୱାଳ, ହରିମହାନ୍ତିସଦାରେଡି, ଦାସୀରଥୀ ଦୋରା, ପପୁମହାନ୍ତି, ପରମହାଙ୍ଗୁଡ଼, ହାଡୁ ବେହେରା, ଶଙ୍କର ରାଓ, ଏସ.ଗଣେଶ ରେଡ୍ଡୀ, ଜୟଗୌଡ଼, ଉମା ଶଙ୍କର ଦାସ, କାଳିଆ ସାହୁ, ବିଷୁସାମନ୍ତରା,ମନଜ ତରାଶିଆ, ଅମିତ କୁମାର ପଣ୍ଡା, ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ଅଭିଗୌଡ଼, ମନୁମହାପାତ୍ର, , ଵିନୋଦ ଚନ୍ଦ୍ର ପଲେଇ , ଭଗବାନ ପ୍ରଧାନ, ଟୁଲୁପଣ୍ଡା,ମୁରଲୀ ଦାସ, ମନରଞ୍ଜନ ସାହୁ,ମଦନପାଢ଼ୀ ପ୍ରମୁଖ ସମେତ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ