ବାଇକ୍, ବାଇକ୍ ମୁହାଁମୁହିଁ : ୨ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର -ଯଶିପୁର ଜାତୀୟ ରାଜପଥ ୨୨୦ ନଂ ମରଣଯନ୍ତା । ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ପାଖରେ ମଙ୍ଗଳବାର ଦିବା ୧୦:୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଜାମଦା ବ୍ଲକର ହେସଁଡା ପଞ୍ଚାୟତର ମାଟିଆଳି ଗ୍ରାମର ମାମୁଁ ଗିରିଶ ପାତ୍ର, ଭଣଜା ଗୁରୁପ୍ରସାଦ ପାତ୍ର ଏବଂ ଅନ୍ୟ ଜଣେ ଆରୋହୀ ଦାମୋଦର ପୂର୍ତ୍ତି ରାଇରଙ୍ଗପୁରରୁ ହାଟବାଦଡା ବାଇକରେ ଯାଉଥିବାବେଳେ ସାମନା ପଟୁ ବାଇକରେ ଆସୁଥିବା ବାଦାମ ପାହାଡ ଅଂଚଳର ଶିକ୍ଷକ ପବିତ୍ର ମୋହନ ମହାନ୍ତ ଘର ଧଳାଡିହି ମୁହାଁମୁହିଁ ହେବା ଫଳରେ ଜଣେ ମୃତ, ଜଣେ ଗୁରୁତର ଏବଂ ଛୋଟଛୁଆର ଗୋଡ ଭାଙ୍ଗି ଯାଇଛି । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଛି । ଶିକ୍ଷକ ପବିତ୍ର ମୋହନ ମହାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୁରୁତର ଗିରିଶ ପାତ୍ରଙ୍କୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ବାଇକ ଦୁଇଟି ଓଆର ୧୧ ଯେ ୦୬୭୯ ଏବଂ ଓ ଆର ୧୧ ଯେ ୬୨୩୬କୁ ହାଟବାଦଡା ପୋଲିସ ଜବତ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ