ଗଞ୍ଜାମ ସହର ର ଐତିହାସିକ ଦୋଳଯାତ୍ରା ଆରମ୍ଭ

ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଥାନା ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଯାତ୍ରା କମିଟ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ନିର୍ବାଚନ ଚାଲୁଥିବ ବେଳେ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଯାତ୍ରା ସମୟରେ ମଦୁଆ ଓ ଅସାମାଜିକ ତତ୍ତ୍ୱକରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ବଜ଼ାର ଓ ସାନ ବଜ଼ାର ଠାରେ ଏକ ସେଲଫି ପଇଣ୍ଟ କରାଯିବ। ସେହି ସେଲଫି ପଇଣ୍ଟରେ ଉକ୍ତ ବେକ୍ତିବିଶେଷଙ୍କୁ , ସିଲଟରେ ନାଁ ଲେଖାଯିବା ସହ ହାତରେ ଧରାଯାଇ ଠିଆ କରାଯିବ ବୋଲି ଆଇଆଇସି ସାହୁ କହିଥିଲେ । ଯାହାକୁ ଉପସ୍ଥିତ କମିଟ ସଦସ୍ୟ ସମର୍ଥନ ଜଣାଇଥିଲେ । ସେହିପରି ଡିଜେ ବଜ଼ାଇବାକୁ ଅନୁମତି ମିଳିଥିଲେ ମଧ୍ୟ ନିୟମ ଅନୁସାରେ ସାଉଣ୍ଡ ନ ବଜ଼ାଇଲେ ଡିଜେ ସିଜ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ସମସ୍ତ ପ୍ରକାର ନିୟମ କାର୍ଯ୍ୟକାରୀ କରାଯିବ ଓ ବଜ଼ାର ଯାତ୍ରା ଦିନ ସାଧାପୋଷାକଧାରୀ ପୋଲିସ ମୃତୟନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଆଇଆଇସି ସାହୁଙ୍କ ସମେତ ଏସଆଇ ଅଜିତ କୁମାର ପରିଡା, ଶ୍ରାବଣୀ ନାୟକ, ଏ.ଏସଆଇ -ଏସ.ପାଢ଼ୀ, ନାରାୟଣ କହିଁରଙ୍କ,ସୁପ୍ରଭା ସାହୁ, ସମେତ ସମସ୍ତ ଯାତ୍ରା କମିଟି ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ପାଞ୍ଚଦିନ ବ୍ୟାପି ଚାଲିବାକୁ ଥିବା ଐତିହାସିକ ଦୋଳଯାତ୍ରା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଗତ କାଲି ଠାକୁର ମାନଙ୍କୁ ଅବିର ଲଗାଯାଇଥିବା ବେଳେ, ଆଜି ପ୍ରଥମ ଦିବସରେ ଏକାଦସୀ ପଟୁଆରଟେ ଠାକୁର ମାନେ ନିଜ ନିଜ ସାହିରେ ସୁସଜ୍ଜିତ ବିମାନରେ ବସି ସାହି ପରିକ୍ରମା କରି ଭୋଗ ଖାଇଥିଲେ। ପ୍ରତିସାହି ମନ୍ଦିର ସମ୍ମୁଖରେ ଆଧୁନିକକରଣ ଆଲୋକ ସଜା ବେଶ ଆକୃଷ୍ଟକରୁଛି । ଏହି ଦୋଳଯାତ୍ରାରେ ଗଞ୍ଜାମସହର,ଦାମୋଦରପୁର,ପୁଇଁତୋଳା, ସୂର୍ଯ୍ୟନାରାୟଣପୁର, ଓ ଵିଞ୍ଚଣାପଲ୍ଲି ଗ୍ରାମର ୧୬ ଟି ଠାକୁରଙ୍କୁ ନେଇ ଯାତ୍ରା ଅନୁଷ୍ଠିତ ହେଉଛି। କରୋନା କଟକଣା ଭିତରେ ଗତ ବର୍ଷ ଯାତ୍ରୀ ବିଧଅନୁସାରେ ଅନୁଷ୍ଠିତ ହେଇଥିବା ବେଳେ, ଚଳିତବର୍ଷ ଏହି କଟକଣା ଉଠିଯାଇଥିବାରୁ ସହରଟି ଚଳଚଞ୍ଚଳ ହୋଇଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ