ଗଞ୍ଜେଇ ଚାଲାଣ ବେଳେ ଜବତ: ବୋଲେରୋ ପିକଅପ ଭ୍ୟାନ ସହ ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପୋଲିସ ଶୁକ୍ରବାର ପାଟ୍ରୋଲିଂ କରୁଥିବା ସମୟରେ ସୁଡୁରା ପଞ୍ଚାୟତ ଟିକରବାଜୁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୨୬୦ କେଜି ୯୧୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ବୋଲେରୋ ପିକଅପ ଭ୍ୟାନ ନଂ. ଓଡି-୦୧-ଏଲ -୦୬୫୦ କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କେରେବେଡା ଗ୍ରାମର ଶିବ ପ୍ରସାଦ ତାଣ୍ଡି ବୋଲି ଜଣାପଡିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୭୯/୨୩ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ