ଗଞ୍ଜେଇ ଜବତ ସହ ଜଣେ ଗିରଫ , ଜଣେ ଫେରାର୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଏକ ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ଓ ସୂଚନା ପ୍ରକାରେ ନୟାଗଡ଼ ଜିଲ୍ଳା ଶରଣକୂଳ ଥାନା ଅନ୍ତର୍ଗତ ବଡ଼ ଗୋରଡା ଗ୍ରାମର ପ୍ରଦୀପ ଦଳେଇ ଓରଫ ଦିଲ୍ଲୀପ୍(୪୦) ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଓଡି୦୨ଏଏ୮୯୪୬ ନମ୍ବର୍ ବିଶିଷ୍ଟ ଏକ ୟାମହା ଏକ୍ସ୍ ଜେଡ୍ ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଏ ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ପୋଲିସ୍ ମୋଟରସାଇକେଲ୍ କୁ ଜବତ କରିବା ସହ ସେଠାରୁ ୨୧.୦୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲା ଏବଂ ଘଟଣାରେ ସଂପୃକ୍ତ ପ୍ରଦୀପକୁ ଗିରଫ କରିଥିଲା ଓ ଘଟଣାରେ ସଂପୃକ୍ତ ଅନ୍ୟଜଣେ ବ୍ୟକ୍ତି ଫେରାର୍ ହେବାରେ ସକ୍ଷମ ହୋଇଥିଲା ଓ ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ ୨୩୨/୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ