ଗଣିଜାଙ୍ଗ ପଞ୍ଚାୟତ ବିଜେଡି ସଭାପତି ହେଲେ ଭୀମ ଚରଣ ସାମଲ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିଜେଡି ସଭାପତି ଭାବେ ଭୀମ ଚରଣ ସାମଲଙ୍କୁ ମନୋନୀତ କରାଯାଇଛି । ଏନେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ତଥା ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ ସୂଚନା ଦେଇଛନ୍ତି । ପଞ୍ଚାୟତର ନୂତନ ସଭାପତି ଭାବେ ଶ୍ରୀ ସାମଲ ଦାୟୀତ୍ୱ ନେବା ପରେ ବିଜେଡି ସଙ୍ଗଠନ ସୁଦୃଢ ହେବ ବୋଲି ବିଧାୟକ ପ୍ରତିନିଧି କହିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ପଞ୍ଚାୟତ କମିଟି ଗଠନ ହେବ ବୋଲି ଜଣାଯାଇଛି । ଏହି ମନୋନୀତ ପ୍ରକ୍ରିୟା ବେଳେ ସରପଞ୍ଚ ରଞ୍ଜନ କୁମାର ସାହୁ, ଜଗନ୍ନାଥ ପାଣିଗ୍ରାହୀ, ଆଇନଜୀବି ଅଣାକର ମଲ୍ଲିକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ