ଗମ୍ଭୁଜ : ଶୁଭ ନା ଅଶୁଭ
ଘର ଭିତରେ କେତେକ ବ୍ୟକ୍ତି ଛୋଟ ଛୋଟ ମନ୍ଦିର ତିଆରି କରି ପୂଜା କରିଥାଆନ୍ତି । କିଏ କାଠରେ ତ କିଏ ଶଙ୍ଖ ମଲମଲ ପଥରରେ ଘର ପାଇଁ ମନ୍ଦିର ନିର୍ମାଣ କରିଥାଆନ୍ତି । ଶାସ୍ତ୍ର ଅନୁସାରେ ଘରେ ରଖି ପୂଜା କରାଯାଉଥିବା ମନ୍ଦିରରେ ଥିବା ଗମ୍ଭୁଜ ଶୁଭ ନୁହେଁ । କାରଣ ଗମ୍ଭୁଜ ଉପରେ କଳସ ବା ପତାକା ରଖିବା ବିଧି ରହିଛି । ଆହୁରି ମଧ୍ୟ ଏହି କଳସ ଅବା ପତାକା ଉପରେ ଅନ୍ୟ କିଛି ରହିବା ଉଚିତ ନୁହେଁ । ଅର୍ଥାତ ସବୁଠାରୁ ଉଚ୍ଚରେ ଏହା ରହିବା ଠିକ୍ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସେହିପରି ଗମ୍ଭୁଜ ଉପରେ ଥିବା କଳସ ଓ ପତାକା ଖୋଲା ଆକାଶ ତଳେ ରହିବା ଆବଶ୍ୟକ । ବୌଦ୍ଧିକ ପରମ୍ପରା ଅନୁଯାୟୀ ଦୂରରୁ ମନ୍ଦିରରେ ଥିବା କଳସ କିମ୍ବା ଉଡୁଥିବା ପତାକା ଦର୍ଶନ କରି ମୁଣ୍ଡିଆ ମାଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏସବୁ କାରଣରୁ ଘର ଭିତରେ ଥିବା ମନ୍ଦିରରେ ଗମ୍ଭୁଜ ରହିଲେ ଏହାକୁ ଅଶୁଭ ବୋଲି କୁହାଯାଏ ।


