ଗାଁକୁ ଏ ଯାଇଁ ପହଞ୍ଚିନି ସ୍ୱାସ୍ଥ୍ୟଟିମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଯୁବ ପଞ୍ଚାୟତର ଡୁଣ୍ଡରୁମ ଗ୍ରାମରେ ଲାଗିରହିଛି ମିଳିମିଳା. ଡୁଣ୍ଡରୁମଗ୍ରାମରେ ୪ ଦିନ ହେଲା ପିଲା ଠାରୁ ବୟସ୍କ ସମସ୍ତଙ୍କୁ ବ୍ୟାପୁଛି ଏହି ରୋଗ. ବସନ୍ତ ପୁଟକା ଵା ମିଳିମିଳିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗାଁ ଲୋକେ. ଏବେ ଗାଁରେ ଏହି ମିଳିମିଳା ରୋଗ ବ୍ୟାପୁଥିବାରୁ ଏବେ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହେଉଛି. ଏହି ମିଳିମିଳା ଵା ବସନ୍ତ ଫୋଟକା ଲାଗି ଗାଁ ଲୋକେ ଭୟରେ ବେଶି ସମୟ ଘରୁ କେହି ପଦାକୁ ବାହାରୁ ନାହାନ୍ତି. ସେପଟେ ଏହି ରୋଗରେ ସମାଧାନ ଵା ଚିକିତ୍ସା ଲାଗି ମେଡିକାଲଟିମକୁ ଜଣାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏବେ ସୁଦ୍ଧା ଗାଁରେ ପହଞ୍ଚି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି. ଚନ୍ଦ୍ରଗିରି ଓ ମୋହନା ମେଡିକାଲକୁ ଏହି ରୋଗର ନିରାକରଣ କରିବା ଲାଗି ବହୁବାର ଅବଗତ କରାଇଥିଲେ ମଧ୍ୟ ଏବେ ଯାଏଁ ଗାଁରେ କୌଣସି ସ୍ୱାସ୍ଥ୍ୟଟିମର ଦେଖା ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଜିଖରୀୟ ମାଝି ସୂଚନା ଦେଇଛନ୍ତି. ତୁରନ୍ତ ଗ୍ରାମରେ ଡାକ୍ତରଟିମ ପହଞ୍ଚି ଚିକିତ୍ସା ବ୍ୟବସ୍ତା କଲେ ଲୋକେ ସୁସ୍ଥ ହୋଇପାରିବେ ନଚେତ ଅନେକ ଜୀବନ ଅକାରଣରେ ଚାଲିଯାଏ ପାରେ ବୋଲି ଗ୍ରାମବାସୀ କହିଛନ୍ତି


