ଯୁବକର ମୃତ୍ୟୁ !ସର୍ପାଘାତ ସନ୍ଦେହ !
ରାଇରଙ୍ଗପୁର, (ଅକ୍ଷୟକୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସାରସକଣା ବ୍ଲକ୍ ଅନ୍ତର୍ଗତ ଝାରପୋଖରିଆ ଥାନା ଅଧିନସ୍ଥ ଶଙ୍ଖା ଭଙ୍ଗା ପଞ୍ଚାୟତର କୁକୁଡ଼ାଗଡା ଗ୍ରାମର ଜନୈକ ଯୁବକଙ୍କ ସର୍ପାଘାତ ଜନିତ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ତାଙ୍କରି ଶନିବାର ରାତିରେ ଖେଲାରାମ ସୋରେନଙ୍କ ପୁଅ ସୁକେନ ସୋରେନ ଖାଇ ପିଇ ଶୋଇଥିଲା । ସକାଳୁ ଘର ଲୋକେ ସୁକେନ ଡାକି ଡ଼ାକି ଉଠାଇଲେ ବି ସେ ଉଠି ନଥିଲା ।ପରେ ଘର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ୧୦୮ ଆମ୍ବୁଲାନ୍ସ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନ ଥିଲା ।ପରେ ୧୦୮ ଆମ୍ବୁଲାନ୍ସରୁ ଖବର ଗଲା ଯେ ବିଶୋଇରେ ଅଛି ,୧୦୮ ଆମ୍ବୁଲାନ୍ସ ଗଲେ ଚଳିବନି କି । ପରିବାର ଲୋକେ କହିଲେ ହଁ । ତେଣୁ ବିଶୋଇ ସ୍ବାସ୍ଥ୍ୟ କେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ ଯାଇ ସୁକେନକୁ ନେଇ ଆସିଥିଲା । ବିଶୋଇରୁ କୌଣସି କାରଣରୁ ମଣଦା ହସ୍ପିଟାଲ କୁ ନେଇ ଯାଇଥିଲେ । ସେଠାରେ ରାଇରଙ୍ଗପୁର ଅଂଚଳର ଜନୈକ ଶବବୁହା ଗାଡ଼ିରେ ସୁକେନକୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେତେବେଳକୁ ରବିବାର ରାତି ୮ଟା ପାଖାପାଖି ହୋଇ ଯାଇଥିଲା । ସଠିକ୍ ସମୟରେ ସୁକେନ ଚିକିତ୍ସା ହୋଇ ପାରି ନ ଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ।ଝାରପୋଖରିଆ ରୋଗୀ ବାରିପଦାରେ ଚିକିତ୍ସା ହେବା କଥା । କିନ୍ତୁ ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣିବ ସେତିକି ଯାଇ ।ସୁକେନକୁ ବାରିପଦା ନେବା କଥା କିନ୍ତୁ ଦିବ୍ୟ ଖେଳ ସେଠାରେ ଆମ୍ବୁଲାନ୍ସ ନ ମିଳିବାରୁ ବିଶୋଇ ରୁ ୧୦୮ ଗଲା ।ଦଇବ ସୁକେନକୁ ବିଶୋଇ,ମଣଦା ଓ ପରେ ବେସରକାରୀଗାଡ଼ିରେରାଇରଙ୍ଗପୁର ଅଣାଗଲା ଓ ଓ ରେଜଲଟ ଶୂନ ହେଲା । ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଯିବ । ଏଥିପାଇଁ ଏକ ତଦନ୍ତ ଦରକାର ଯେ କେଉଁ ପରିସ୍ଥିତିରେ ଏଭଳି ୧୦୮ ଆମ୍ବୁଲାନ୍ସ ବାଟବଣା ହେଲା ଓ ନିରିହ ସୁକେନ ପ୍ରାଥମିକ ଚିକିତ୍ସା ଅଭାବରୁ ଜୀବନ ପ୍ରଦୀପ ଲିଭିଲା ।ସଘର ଲୋକେ କହିବା ଅନୁସାରେ ସୁକେନର ଗୋଡ଼ରେ କିଏ ଗୋଟିଏ କାମୁଡି ପଳେଇ ଗଲା । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ରହସ୍ୟଜନକ ସୁକେନର ମୃତ୍ୟୁ ପରେ ଘଟଣାରୁ ଅସଲ ପରଦା ହଟିବ !


